ଭୁବନେଶ୍ୱର:ରାଜଧାନୀସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ହଷ୍ଟେଲ ମଧ୍ୟରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ମୃତ ଛାତ୍ର ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଦିବସ ବେହେରା ବୋଲି ଜଣାପଡ଼ିଛି । ସେ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନ ବିଭାଗରେ ଅଧ୍ୟୟନ କରୁଥିଲେ । ଦିବସଙ୍କ ସାଙ୍ଗମାନେ ୧୨୫ ନଂ ହଷ୍ଟେଲ କୋଠରୀରେ ପ୍ରଥମେ ଦେଖି ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏସମ୍ପର୍କରେ ଖବର ପାଇ ସହିଦନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କ୍ୟାମ୍ପସ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡ଼ାକ୍ତରଖାନା ଆଣିବା ପୂର୍ବରୁ ମୃତ୍ୟୁ ହୋଇଥିବା ଡ଼ାକ୍ତର ଜଣାଇଥିଲେ । ଏହି ମୃତ୍ୟୁ ଘଟଣାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
Breaking
Smarter Wearables: Google Gemini Is Coming to Samsung Galaxy Watch and BudsCompany Secretaries Organized Second State Level ConferenceFrench style comes to Odisha: Celio opens its first ever store in Utkal Kanika GaleriaGood Mental Health of Citizens an Essential Part of Viksit Bharat, says Pravati Parida, Deputy CM at ‘Illness To Wellness’ SummitSamsung To Launch 2025 Line-up of Vision AI Television on May 7