Breaking

ନିର୍ମଳାକୃତି ସମ୍ମାନ ପ୍ରଦାନ ସମାରୋହ

0

ଭୁବନେଶ୍ୱର: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିର୍ମଳାକୃତି ବିକାଶ ଟ୍ରଷ୍ଟ ଚଳିତ ବର୍ଷ ଏପ୍ରିଲ ୩ ତାରିଖରେ ପାଳନ କରିବାକୁ ଯାଉଛି ତାର ତ୍ରୟୋଦଶ ବାର୍ଷିକ ଉତ୍ସବ । ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ୨୦୧୮ ମସିହା ପାଇଁ ସମ୍ମାନ ଜନକ “ନିର୍ମଳାକୃତି ସମ୍ମାନ” । ଏଥିପାଇଁ ସ୍ଥାନୀୟ ଜୟଦେବ ଭବନଠାରେ ସଂଧ୍ୟା ୭ଟାରେ ସମ୍ମାନ ପ୍ରଦାନ ସମାରୋହର ଆୟୋଜନ କରାଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ନାଲ୍କୋର ଚେୟାରମ୍ୟାନ୍ ଡ଼ ତପନ କୁମାର ଚାନ୍ଦ, ସଂସ୍କୃତି ସଚୀବ ଡ଼ ମନୋରଞ୍ଜନ ପାଣିଗ୍ରୀହୀ, ଡିମ୍ ଟିମ୍ ସାହାରର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ଭରତିଆ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ୍ ଡ଼ କିଶନଲାଲ ଅଗ୍ରୱାଲ, ଅବସରପ୍ରାପ୍ତ ପ୍ରିନ୍ସିପାଲ କମିଶନର, ଆୟକର ଶରତ କୁମାର ଦାସଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଯୋଗ ଦେବେ । ଚଳିତବର୍ଷ ନାରୀମାନଙ୍କ ସହନଶୀଳତା ତଥା ତ୍ୟାଗ ଉପରେ ନିର୍ମିତ, ସମାଜଧର୍ମି କ୍ଷୁଦ୍ର ଓଡିଆ ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ଇଂ ଦିଲ୍ଲିପ କୁମାର ପଟ୍ଟନାୟକ, ପ୍ରଯୋଜନାଭାର ସମ୍ଭାଳିଛନ୍ତି ସୌମ୍ୟସ୍ମିତା ପଟ୍ଟନାୟକ, କାହାଣୀର ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡ଼ ସୁଶାନ୍ତ ପାଣି ଏହାର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଛନ୍ତି ମାନସ ପରୀଡା । ଏହା ଏକ ବାସ୍ତବାଦୀ କାହାଣୀ ଉପରେ ନିର୍ମିତ । ଯାହା ନାରୀ ଶକ୍ତିର ଏକ ପରିପ୍ରକାଶ । ଚଳିତବର୍ଷଟିକୁ ଜାତିସଂଘ ମହିଳାବର୍ଷ ଭାବରେ ପାଳନ କରୁଥିବାରୁ ଟ୍ରଷ୍ଟର ଏପରି ଅଭିନବ ପ୍ରୟାସ ବୋଲି ମତ ରଖିଛନ୍ତି ଟ୍ରଷ୍ଟର ଚେୟାରମ୍ୟାନ ଇଂ ଦିଲ୍ଲିପ କୁମାର ପଟ୍ଟନାୟକ ।

loading...

Leave A Reply

Your email address will not be published.