ପାରାଦୀପ:ସମ୍ବିତଙ୍କୁ ମିଳିଲା ବିଜେଡି ଟିକେଟ୍ । ପାରାଦୀପରୁ ଶଙ୍ଖ ଚିହ୍ନରେ ଲଢିବେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସମ୍ବିତଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ୨୦୦୯ ରେ ପାରାଦୀପ ବିଧାନ ସଭା ଆସନ ତିଆରି ହୋଇଥିଲେ ମଧ୍ୟ ଏଠାରେ ବିଜେଡି ତାର ପତିଆରା ଜାହିର କରି ଆସିଛି। ଦମଙ୍କ ଗଡ ଥିଲେମଧ୍ୟ ଯଦିଓ ଦାମ ବିଜେପିରେ ଯୋଗ ଦେଇଛନ୍ତି ତଥାପି ସମ୍ବିତ ଆସନ ଅକ୍ତିଆର ପାଇ ନିଶ୍ଚିତ ଉଦ୍ୟମ କରିବେ। ଦାମ ବିଜେପି ଟିକେଟରେ ଏରସମା-ବାଲିକୁଦାରୁ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ବିଜେଡି ସମ୍ବିତଙ୍କୁ ପାରାଦୀପ ଟିକେଟ ଦେଇ ବିଜେପିକୁ ମାତ୍ ଦେବା ପାଇ ପ୍ରସ୍ତୁତ୍ କରୁଛି । ତେବେ ରାଜନିତିକ ଉଷ୍ମତା ଭିତରେ ପାରାଦୀପରେ ନିଶ୍ଚିତ ରୂପେ ଏକ ବିଗ୍ ଫାଇଟ୍ ର ଆଭାସ ମିଳୁଥିବା ବେଳେ ଫଳାଫଳ କଣ ରୂପ ନେଉଛି ତା ଉପରେ ସମସ୍ତଙ୍କ ନଜର ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’