Breaking

ନୂଆବର୍ଷରୁ ନୂଆ ନିୟମ

ସରକାରୀ ଚାକିରୀଆ ଛୁଟି ପାଇ କରିବେ ଅନ୍ ଲାଇନ୍ ଆବେଦନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନୂଆବର୍ଷରୁ ନୂଆ ନିୟମ । ସରକାରୀ ଚାକିରିଆ ମାନଙ୍କ ପାଇ ସାଧାରଣ ପ୍ରଶାସନ ବିଭାଗ ଜାରି କରିଛି କଟକଣା। ଏଣିକି ଛୁଟିରେ ରହିଲେ ଅନଲାଇନ୍‌ରେ ଛୁଟି ଦରଖାସ୍ତ ଦେବାକୁ ପଡିବ। କର୍ମଚାରୀମାନେ ଏଚ୍‌ଆରଏମ୍‌ଏସ୍‌ରେ ସେମାନଙ୍କର ଛୁଟି ଦରଖାସ୍ତ ଦେବେ । ଛୁଟି ମଞ୍ଜୁର କରୁଥିବା ଅଧିକାରୀ ଅନଲାଇନ୍‌ରେ ଅର୍ଥାତ୍‌ ଏହି ଏଚ୍‌ଆରଏମ୍‌ଏସ୍‌ରେ ହିଁ ଛୁଟି ମଞ୍ଜୁର କରିବା ସହ କେଉଁ କର୍ମଚାରୀ କେତେ ଦିନ ଛୁଟିରେ ରହିଲେ ତା’ର ସବିଶେଷ ତଥ୍ୟ ଏଚ୍‌ଆରଏମ୍‌ଏସ୍‌ରେ ରହିବ।ଜାନୁଆରି ୧ ପରେ ଆଉ କର୍ମଚାରୀଙ୍କ ଠାରୁ ଅଫଲାଇନ୍ ମୋଡରେ ଛୁଟି ଦରଖାସ୍ତ ଗ୍ରହଣ କରାଯିବନି। ଅନଲାଇନ୍‌ରେ କର୍ମଚାରୀମାନେ ଛୁଟି ଦରଖାସ୍ତ ଦେଲେ ଏବଂ ଏହା ମଞ୍ଜୁର ହେଲେ ତା‌’ର ସବିଶେଷ ତଥ୍ୟ ଇ-ସର୍ଭିସ୍‌ ବୁକ୍ ଏବଂ ପେ-ରୋଲ୍‌ରେ ପ୍ରଦର୍ଶିତ ହେବ। ରାଜ୍ୟ ସରକାର ୩୧ ମାର୍ଚ୍ଚ, ୨୦୨୦ ଠାରୁ ଯେଉଁ କର୍ମଚାରୀ ଯେଉଁଦିନ ଅବସର ନେବେ ସେହିଦିନ ସେମାନଙ୍କୁ ପେନସନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ବିଧିବଦ୍ଧ ଭାବେ ଚୂଡ଼ାନ୍ତ କରିଛନ୍ତି ରାଜ୍ୟ ସରକାର।

loading...

Leave A Reply

Your email address will not be published.