Breaking

ପ୍ରସ୍ତୁତ ହେଉଛି ବାରବାଟୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆସନ୍ତା ୧୯ରୁ ମିଳିବ ବାରବାଟୀ ଟିକେଟ୍ । ଜଣକ ପିଛା ପରିଚୟପତ୍ର ଦେଖାଇଲେ ୨ଟି ଟିକେଟ୍, ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଈ ସମ୍ପୂର୍ଣ୍ଣଭାବେ ଟିକେଟ ଲାଗିବ । ୧୨ଟି କାଉଣ୍ଟରରେ ଟିକେଟ୍ ଉପଲବ୍ଧ ହେବା ସହ ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ସକାଳ ୭ଟା ପୂର୍ବରୁ ଟିକେଟ୍ ପାଇଁ ଧାଡି କରିବାକୁ ଦିଆଯିବ ନାହିଁ । ସେହିପରି ଡିସେମ୍ବର ୨୨ ତାରିଖ ଦିନ ୨ଟା ୩୦ ମିନିଟରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ସକାଳ ୯ଟା ୩୦ରେ ଗେଟ୍ ଖୋଲାଯିବ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବିସ୍ତୃତ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍। ତେବେ ୧୨ଟି କାଉଣ୍ଟରରେ ମୋଟ୍ ୧୦ ହଜାର ୫୦ଟି ଟିକେଟ୍ ବିକ୍ରି କରାଯିବ। ୨୨ ତାରିଖରେ ମ୍ୟାଚ୍ ଥିବା ବେଳେ ଏହା ପୂର୍ବରୁ ଉଭୟ ଭାରତ ଏବଂ ୱେଷ୍ଟଇଣ୍ଡିଜ ଦଳ ନେଟ୍ ପ୍ରାକ୍ଟିସ୍ କରିବେ । ୨୦ ଏବଂ ୨୧ ତାରିଖ ଦୁଇ ଦିନ ଧରି ଦୁଇ ଦଳ ଅଭ୍ୟାସ କରିବେ । ଟିମ୍ ଇଣ୍ଡିଆର ଅଭ୍ୟାସ ସମୟ ହେଉଛି ଦିନ ୨ଟା ଏବଂ ୫ଟା । ୱେଷ୍ଟଇଣ୍ଡିଜ ଦଳର ନେଟ୍ ପ୍ରାକ୍ଟିସ ସମୟ ହେଉଛି ସକାଳ ୯ଟା ଦିନ ୧୨ଟା ପର୍ଯ୍ୟନ୍ତ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

loading...

Leave A Reply

Your email address will not be published.