Breaking

ନୟାଗଡରେ ନବୀନ

ନିର୍ବାଚନ ପାଈ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ

0

ଭୂବନେଶ୍ବର:ପ୍ରଚାର ମଇଦାନରେ ନବୀନ। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଆଜିଠାରୁ ସୁପ୍ରିମୋଙ୍କ ହାଇ ଭୋଲଟେଜ୍ ପ୍ରଚାର। ନୟାଗଡ ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ନୟାଗଡରେ ଆୟୋଜିତବିଶାଳ ଜନ ସମାବେଶକୁ ଉଦ୍ଭୋଦନ ଦେବାପାଈ ବିଜେଡି ସୁପ୍ରିମୋ ନବୀନ ପହଞ୍ଚିଛନ୍ତି । ବରିଷ୍ଠ ନେତା ଓ ସିନେ ତାରକା ମଧ୍ୟ ନିର୍ବାଚନି ମଇଦାନକୁ ଓହ୍ଳାଇବେ ।ସେପଟେ, ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ଘୋଷଣା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରୀୟା ରଖିଛନ୍ତି । ଖୁବ୍ ଶୀଘ୍ର ବିଜେଡି ତାଲିକା ଆସିବ ବୋଲି ନବୀନ କହିଛନ୍ତି ।ତେବେ ସଦ୍ୟ ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ପୂର୍ବତନ ସାଂସଦ ପ୍ରତ୍ୟୁସା ରାଜେଶ୍ବରୀ ଙ୍କ ଗଡ ନୟାଗଡ ହୋଇଥିବାରୁ ନବୀନଙ୍କ ନୟାଗଡ଼ ଅକ୍ତିଆର ରଣନିତି ନିଶ୍ଚିତ ରୂପେ ରାଜନିତିକ ପାଣିପାଗକୁ ଉଷ୍ମ କରୁଛି।

loading...

Leave A Reply

Your email address will not be published.