ଭୁବନେଶ୍ୱର: ଦିନବେଳା ତାପମାତ୍ରା ଅହେତୁକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସକାଳୁଆ ଖୋଲିବାର ନିଷ୍ପତ୍ତି ନେଇଥିବାର ଏକ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି । ଏଥିସହିତ ସମସ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କୁ ସକାଳୁଆ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହାବ୍ୟତୀତ, ଏହି ତାପମାତ୍ରା ବୃଦ୍ଧି ପରିପ୍ରେକ୍ଷୀରେ ଦିନ ୧୦ଟା ସମୟରେ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ୍ ୨ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟମାନଙ୍କରେ ଆଡ଼ମିସନ କାର୍ଯ୍ୟ ସମାପ୍ତ କରିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଏଥି ସହିତ ଏପ୍ରିଲ୍ ୩ ତାରିଖରୁ ନୂଆ ପାଠ୍ୟକ୍ରମ ଆରମ୍ଭ ହୋଇ ମେ ୬ ତାରିଖରୁ ସମସ୍ତ ବିଦ୍ୟାଳୟ ମାନଙ୍କରେ ଖରାଦିନ ଛୁଟି ଆରମ୍ଭ ହେବାର ଉଲ୍ଲେଖ ରହିଛି ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’