ଭୁବନେଶ୍ୱର: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ଦେଖିବାକୁ ମିଳୁଛି ନବୀନ ନିବାସ ଆଗରେ ।ଆଜି ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମୀରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା ।ଯଦି ନବୀନ ନୂଆ ଚେହେରା ଉପରେ ଭରସା କରିବେ, ତେବେ ମୀରାଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଲେ ସେ କହିଲେ ଯେ ସେବା ମୋର କର୍ତବ୍ଯ,ସେବା ପାଇଁ ଆଜି ଏକ ନୂତନ ଅଧ୍ଯାୟ ଆରମ୍ଭ ହେଲା ବିଜୁବାବୁଙ୍କ ସ୍ବପ୍ନ ଓ ଅଧୁରା କାର୍ଯ୍ୟକୁ ଗତି ଦେବା ସହ ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାରେ ତାଙ୍କ ସୁପୁତ୍ର ତଥା ରାଜ୍ୟର ସର୍ବପ୍ରିୟ ମୁଖ୍ୟମନ୍ତ୍ରୀ ଦିନରାତି ପ୍ରଚେଷ୍ଟାରତ । କହିବା ବାହୁଲ୍ୟ, ଓଡ଼ିଶାର ବିକାଶରେ ବିଜୁବାବୁଙ୍କ ଦୂରଦୃଷ୍ଟିର ଯେମିତି ପଟାନ୍ତର ନାହିଁ, ସେଭଳି ନବିନବାବୁଙ୍କ ଶ୍ରେଷ୍ଟତ୍ଵର ବି ବିକଳ୍ପ ନାହିଁ। ଆଜି ନବୀନ ବାବୁଙ୍କୁ ମୋର ଶତକୋଟି ପ୍ରଣାମ ଓ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ବୋଲି ମୀରା ପରିଡା କହିଛନ୍ତି ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’