Breaking

ସର୍ବଦଳୀୟ ବୈଠକରେ ଯୋଗ ଦେବେ ନବୀନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି । କାଲି ବୈଠକରେ ଯୋଗ ଦେବା ପରେ ଗୁରୁବାର ଓଡ଼ିଶା ଫେରିବେ । ପାର୍ଲାମେଣ୍ଟ କାର୍ଯ୍ୟ ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଦଳର ସହଯୋଗ ଲୋଡିବା ସହ ବୈଠକରେ ଯୋଗଦେବାକୁ ସବୁ ଦଳର ସଭାପତିଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗ ସମେତ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

loading...

Leave A Reply

Your email address will not be published.