Breaking

ଉତ୍କଳ ଦିବସରେ ରିଲିଜ୍ ହେବ ଜାପାନୀଙ୍କ ନୂଆ ସଂଙ୍ଗୀତ‘ମୁଁ ବିଜୁ ବାବୁପରି ହେବି’

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:

ଓଲିଉଡ଼୍ ସଂଗୀତ ନିର୍ଦେଶକ ଜାପାନୀ ଭାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ କଥାକୁ ନେଇ ନିର୍ମାଣ କରିଛନ୍ତି ଓଡ଼ିଆ ମ୍ୟୁଜିକ୍ ଆଲବମ୍ ‘ମୁଁ ବିଜୁ ବାବୁପରି ହେବି’। ଯୁବ କଳାକାର ଜାପାନୀ ଏହି ଆଲବମ୍‌ର ପରିକଳ୍ପନା ଓ ସଂଗୀତ ନିର୍ଦେଶନା ଦେଇଛନ୍ତି। ଯେଉଁ ଆଲବମ୍‌ରେ ରାଜ୍ୟର ୬ଜଣ ମନ୍ତ୍ରୀ ଓ ୩ଜଣ ବିଧାୟକ ଅଭିନୟ କରିଛନ୍ତି। ସେମାନେ ହେଲେ ବିଧାୟକ ପ୍ରଶାନ୍ତ ମୁଦୁଲୀ, ବ୍ରଜ ପ୍ରଧାନ, ଶୁସାନ୍ତ ରାଉତ। ସେହିପରି ମନ୍ତ୍ରୀମାନେ ହେଲେ ସମିର ଦାସ, ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟସଂକର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ତୁସାରକାନ୍ତି ବେହେରା । ବିଜେଡ଼ି ମିଡ଼ିଆ ସେଲ୍ ଅଧ୍ୟକ୍ଷ ମାନସ ମଙ୍ଗରାଜମଧ୍ୟ ଏଥିରେ ଅଭିନୟ କରିଛନ୍ତି। ସଂଗୀତର ତାଳେତାଳେ ଝୁମି ଅଭିନୟ କରିବା ସହିତ ଗୀତକୁ ଗୁଣଗୁଣହୋଇ ବିଜୁ ବାବୁଙ୍କ ପରି ହେବାପାଇଁ ଆଶା ପ୍ରକଟ କରିଛନ୍ତି ପ୍ରମୁଖ ରାଜନେତାମାନେ। ସଂଗୀତ ନିର୍ଦେଶକ ଜାପାନୀ ୨୦୧୯ ନିର୍ବାତନ ବେଳେ ‘ନବୀନ ନବୀନ’ ପପୁଲାର୍ ଗୀତର ସଂଗୀତ ନିର୍ଦେଶନାଦେଇ ଦର୍ଶକଙ୍କ ମଧ୍ୟରେ ନବୀନ ଭଲପାଇବା ସ୍ପର୍ଷ କରାଇଥିବା ବେଳେ ୨୦୨୧ର ମୁଁ ବିଜୁ ବାବୁପରି ହେବି ମ୍ୟୁଜିକ୍ ଆଲବମ୍ ତାଙ୍କ ପାଇଁ ଆଉ ଏକ ରାଜନୗତିକ ସଂଗୀତ କ୍ୟାରିୟରରେ ବଡ଼ ମାଇଲଖୁଣ୍ଟ ହେବ ‌ବୋଲି ଆଶା ପ୍ରକଟ କରିଛନ୍ତି। ଆଗାମି ଉତ୍କଳ ଦିବସରେ ଏହି ମ୍ୟୁଜିକ୍ ଆଲବମ୍ ସାରା ରାଜ୍ୟରେ ରିଲିଜ୍ ହେବାକୁ ଯାଉଅଛି। ଏହାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମ‌‌ୋଚନ କରିବା ନେଇ ପ୍ରସ୍ତାବ ରହିଛି ବୋଲି ଆୟୋଜକ ସଂସ୍ଥା ପ୍ରକାଶକରିଛି। ପୂର୍ବରୁ ଜାପାନୀଙ୍କ ନିର୍ବାଚନ ପ୍ରଚାର ଗୀତ‘ନବୀନ ନବୀନ’କୁ ମୁଖ୍ୟମନ୍ତ୍ରୀ ବେସ୍ ପ୍ରଶଂସା କରିଥିଲା ବେଳେ ଏହି ଗୀତ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜୁ ପ୍ରେମି ଓ ବିଜେଡ଼ି ପ୍ରେମିଙ୍କ ହୃଦୟକୁ ଛୁଇଁବବୋଲି ସେ ମତପ୍ରକାଶ କରିଛନ୍ତି। ଜାପାନୀ ଅନେକ ଓଲିଉଡ଼୍ ହିଟ୍ ଗୀତର ନିର୍ଦେଶନା ଦେଇ ନିଜର କ୍ୟାରିୟର ଆରମ୍ଭ କରିଥିବା ବ‌େଳେ ବିଜେଡ଼ି ଦଳପାଇଁ ରାଜନୗତିକ ସଂଗୀତ ନିର୍ନେଶନା ଓ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଭଲପାଇବା ତାଙ୍କ ପାଇଁ ଏକପ୍ରକାର ପ୍ରେରଣାର ଉତ୍ସବ‌ୋଲି ଜଣାଇଛନ୍ତି। ଯାହାନେଇ ସେ ନିଜର ଗୋଟିଏ ପରେ ଗୋଟିଏ ହିଟ୍ ରାଜ‌ନୗତିକ ହିଟ୍ ସଂଗୀତ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି।

loading...

Leave A Reply

Your email address will not be published.