Breaking

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କର ଚଣ୍ଡିଖୋଲ ଗ୍ରାମୀଣ କ୍ୟାମ୍ପସ ପରିଦର୍ଶନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି ଚଣ୍ଡିଖୋଲରେ ସ୍ଥାପିତ ଉତ୍କଳର ଗ୍ରାମୀଣ କ୍ୟାମ୍ପସ ପରିଦର୍ଶନ କରିଛନ୍ତି | ବଡ଼ଚଣା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ଅମର ପ୍ରସାଦ ଶତପଥି ଏହି ପରିଦର୍ଶନରେ ଭାଗ ନେଇଥିଲେ | ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ଭିତ୍ତିଭୂମି ନିର୍ମାଣର ସ୍ତିତିକୁ ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ପରିଦର୍ଶନର ଯୋଜନା ହୋଇଥିଲା | ସିଆ ପଂଚାୟତଠାରେ ନିର୍ମାଣାଧୀନ ଥିବା ଆରଟିପି ତଦାରଖ କରିସାରିବା ପରେ ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, “କୌଶଳ ଭିତ୍ତିକ ପାଠ୍ୟକ୍ରମ ଜରିଆରେ ଏହି ଅଂଚଳର ବିକାଶ ଆଣିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ଅଟେ | ଯଥାଶୀଘ୍ର ଏଠାକାର ବିଦ୍ୟାର୍ଥୀଙ୍କ ନିମନ୍ତେ ହଷ୍ଟେଲ ସୁବିଧା କରିବା ପାଇଁ ଆମେ ପ୍ରୟାସ କରୁଛୁ|” ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟକୁ ଗ୍ରାମାଞ୍ଚଳକୁ ଆଣିବାର ଏହି ପ୍ରୟାସ ଏକ ସାମୁହିକ କାର୍ଯ୍ୟ ଏବଂ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ବିଧାୟକ ତଥା ସିଆ ଗାଁର ଲୋକଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ପ୍ରତିବଦ୍ଧ ଅଟନ୍ତି।
ସିଆ ଗ୍ରାମର ବାସିନ୍ଦାମାନଙ୍କର ସହଯୋଗକୁ ପ୍ରଶଂସା କରି ବିଧାୟକ ଶ୍ରୀ ଶତପଥୀ କହିଛନ୍ତି ଯେ, “ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ସମୟସୀମା ମଧ୍ୟରେ ଶେଷ ହେବ। ଥରେ କାର୍ଯ୍ୟକ୍ଷମ ହେବା ପରେ କ୍ୟାମ୍ପସ ଶିକ୍ଷାଗତ ବିକାଶ ସହ ଏହି ଅଂଚଳର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ |
କୁଳପତି ଓ ବିଧାୟକଙ୍କ ସହ ବାକି ସମସ୍ତ ସଭ୍ୟମାନେ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ପଂଚାୟତ ସମିତିର ପୂର୍ବତନ ସଭ୍ୟ ନାରାୟଣ ସେନାପତି, ଦର୍ପଣ ଗ୍ରାମପଂଚାୟତ ସରପଞ୍ଚ ମିନତୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ବିନୋଦିନୀ ସାହୁ, ଜିପିଏଲଫ ସଭାପତି ଓ ବିଭିନ୍ନ ସ୍ୱୟଂ ସହାୟିକା ଦଳର ସଭ୍ୟାମାନଙ୍କୁ ଭେଟିଥିଲେ |
ଏହି ପରିଦର୍ଶନରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ କୁଳସଚିବଶ୍ରୀ ଅଭୟ କୁମାର ନାୟକ, ବିତ୍ତ ନିୟନ୍ତ୍ରକ ଶ୍ରୀ ସୁରେନ୍ଦ୍ର ସାହୁ, ଗ୍ରାମୀଣ କ୍ୟାମ୍ପସ ଓଏସଡି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ଆଗ୍ରୀ ବିଜନେସ କେନ୍ଦ୍ରର ମୁଖ୍ୟ ଶ୍ରୀ ଦୀପକ ରାମ,ପ୍ରଫେସର ଅନାଥ ବନ୍ଧୁ ଦାସ, ସହକାରୀ ଯନ୍ତ୍ରୀ ନାନ୍ସି ପଟ୍ଟନାୟକ ଓ ଗ୍ରାମୀଣ ପ୍ରସାର ଦଳର ପ୍ରୋଗ୍ରାମ ମ୍ୟାନେଜରମାନେ ମଧ୍ୟ ଯୋଗ ଦେଇଥିଲେ |

loading...

Leave A Reply

Your email address will not be published.