Breaking

ଇନ୍‌ଫୋସିଟିରେ ମିଡ଼୍‌ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ସେଣ୍ଟର ରେ ରହିଛି ଅତ୍ୟାଧୁନିକ ଜିମ୍ ଉପକରଣ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ପଟିଆ ଇନ୍‌ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ (ଶିଶୁ କଳାକାର, ବଲିଉଡ଼୍ ଓ ଓଲିଉଡ଼୍‌), ପ୍ରଦୀପ କୁମାର ସାହୁ (ପ୍ରବନ୍ଧକ, ଓ.ଏସ୍‌.ଏଲ୍‌.), ଆଚମନ ନନ୍ଦ (ଏମ୍‌.ଡ଼ି., କଳିଙ୍ଗ ବଚପନ) ପ୍ରମୁଖ ଯୋଗ ଦେଇ ଏହାକୁ ଉଦ୍‌ଘାଟିତ କରିଥିଲେ । ଯୁବ ଉଦ୍ୟୋଗୀ ଗୌତମ ଚୌଧୁରୀ ଓ ରଞ୍ଜନ କୁମାର ସାହୁଙ୍କ ଉଦ୍ୟମରେ ଏହି ଟ୍ରେନିଂ ସେଣ୍ଟର ଖୋଲାଯାଇଛି । ଏହି ଅବସରରେ ଟ୍ରେନିଂ ସେଣ୍ଟରର ସିଇଓ ଗୌତମ କହିଛନ୍ତି ୟୁରୋପୀୟ ଦେଶ ଶୈଳୀରେ ଏହି ଟ୍ରେନିଂ ସେଣ୍ଟର ବନାଯାଇଛି ଯାହାକି ୫ ହଜାର ବର୍ଗଫୁଟର ଏହି ସେଣ୍ଟର ସହିତ ଅତ୍ୟାଧୁନିକ ଜିମ୍ ଉପକରଣ ଉପଲବ୍ଧ ରହିଛିି । ଏକାସଙ୍ଗରେ ୩୦ଜଣ ଟ୍ରେନିଂ ନେବାର ବ୍ୟବସ୍ଥା ରହିଛି । ସମ୍ପୂର୍ଣ୍ଣ ଶାନ୍ତ ପରିବେଶ ଓ ବିନା କୌଣସି ଅସୁବିଧାରେ ଏଠାରେ ଟ୍ରେନିଂ ଦିଆଯିବ । ସବୁଠୁ ବଡ଼ କଥା ହେଲା ଏଠାରେ ଥିବା ଜିମ୍ ଉପକରଣ ସବୁ ବାଗାଟି ସିରିଜ୍ ଏବଂ ଷ୍ଟିଲଫ୍ଲେକ୍ସ ସିରିଜ୍‌ର ଯାହାକି ପୂର୍ବ ଭାରତରେ କେଉଁ ସ୍ଥାନରେ ନାହିଁ । ୩ଜଣ ଦକ୍ଷ ପ୍ରଶିକ୍ଷକଙ୍କ ଉପସ୍ଥିତିରେ ସକାଳ ୬ ଘଟିକାରୁ ରାତି ୧୦ଟା ଏଠାରେ ଟ୍ରେନିଂ ନେଇପାରିବେ । ଜିମ୍ ସେଣ୍ଟର ନୂଆ ଖୋଲାଯାଇଥିବାରୁ ଏଠାକୁ ଟ୍ରେନିଂ ନେବାକୁ ଆସୁଥିବା ଜିମ୍ ପ୍ରେମୀମାନେ କେବଳ ମ୍ବେମରସିପ୍ ଫି ଦେଇ ଟ୍ରେନିଂ ନେଇପାରିବେ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ଅତିଥିମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ, ସୁଚିସ୍ମିତା ପୃଷ୍ଟି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.