Breaking

ଆସ୍କା ସେତୁ ଉଦ୍ଘାଟିତ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଏକ ବୃହତ ସେତୁର ଲୋକାର୍ପଣ କରିଛନ୍ତି । ଏଥି ସହିତ ଭିତ୍ତିଭୂମି ବିକାଶ ଉପରେ ପ୍ରାଧାନ୍ୟ ଦେଇ ଚଳିତ ବର୍ଷ ରାଜ୍ୟରେ ୧୦୦୦ କିମି ରାସ୍ତା ଓ ୩୦ଟି ବଡ଼ ସେତୁ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଏହି ସେତୁ ଦ୍ୱାରା ଗଞ୍ଜାମ ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ, ଲୋକଙ୍କ ଗମନାଗମନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ହ୍ରାସ କରି ଲୋକଙ୍କ ସମୟ ଓ ଅର୍ଥ ସଂଚୟ କରିବ । ଏହା ଦ୍ୱାରା ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସି ସାଢ଼େ ତିନି ଲକ୍ଷରୁ ଅଧିକ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତି ହେବ ବୋଲି ସେ ପ୍ରକାଶ କରିଛନ୍ତି

loading...

Leave A Reply

Your email address will not be published.