Breaking

ହାତୀ ଚିହ୍ନରେ ନିର୍ବାଚନ ଲଢ଼ିବେ କିନ୍ନର କାଜଲ ନାୟକ

0

ଯାଜପୁର: କିନ୍ନର କାଜଲ ନାୟକ ହେବେ ବିଏସପିର କୋରେଇ ବିଧାୟକ ପ୍ରାର୍ଥୀ । ଗତକାଲି ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ଯାଜପୁର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଥିବା କାଜଲ ଟିକେଟ୍ ପାଇଁ ଲବି କରୁଥିବା ବେଳେ ବିଏସପି ତାଙ୍କ ଉପରେ ଭରସା କରିଛି । ବି.ଏସ.ପି ର ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ସଗରିଆ କାଜଲ କୋରେଇରୁ ପ୍ରାର୍ଥୀ ହେବେ ବୋଲି ଯାଜପୁର କିନ୍ନର ସଂଘକୁ ଜଣାଇଛନ୍ତି। କାଜଲ ଯାଜପୁର କିନ୍ନର ସଙ୍ଘର ସଭାପତି ସହ ଜଣେ ସମାଜସେବୀ ଭାବରେ ବେଶ ପରିଚିତ। ବିଭିନ୍ନ ସମୟରେ ଅସହାୟ ମାନଙ୍କୁ ସାହାଯ୍ୟ କରିବ ସହ ନାରୀ ମାନଙ୍କୁ ତାଙ୍କର ନ୍ୟାୟ ପ୍ରଦାନ ଦିଗରେ ମଧ୍ୟ ବହୁ କାର୍ଯ୍ୟ କରିଛନ୍ତି।

loading...

Leave A Reply

Your email address will not be published.