Breaking

ଦିଶା ପକ୍ଷରୁ ଓଡ଼ିଶା ନ୍ୟୁଜ୍ ଟୁଡେର ସମ୍ପାଦକଙ୍କୁ ଫେସବୁକ୍ ଆଇକନ୍ ସମ୍ମାନ

0

ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶା ପକ୍ଷରୁ ଦ୍ଵିତୀୟ ବାର୍ଷିକ ଫେସବୁକ ଆଇକନ୍ ଆଓ୍ଵାଡ ଓ ଆଲୋଚନା ଚକ୍ର ସ୍ଥାନୀୟ ୟୁନିଟ୍ ୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଦ୍ଯୁମ୍ନ ଶତପଥି, ବିଭୂତି ଭୂଷଣ କର,ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳତା ଦୂର କରିବା, ଖରାପ ବନ୍ଧୁଙ୍କୁ ବର୍ଜନ କରିବା, ସହିତ ସମାଜର ହିତ ସାଧନା ନିମିତ୍ତ ଅଙ୍ଗିକାରବଦ୍ଧତା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ସମାଜର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଥିବା ଓଡିଶା ନ୍ୟୁଜ୍ ଟୁଡେର ସମ୍ପାଦକ ସତ୍ୟଜିତ ରାଉତଙ୍କୁ ଓ କଳାର ବିକାଶ କ୍ଷେତ୍ରରେ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୨୪ ଜଣଙ୍କୁ ଫେସବୁକ ଆଇକନ୍ ଆଓ୍ବାଡ ପ୍ରଦାନ କରାଯାଇଥିଲା । ଦିଶାର ସଭାପତି ନାରାୟଣ ଓଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.