Breaking

ଆଜି ମହାସପ୍ତମୀ :ଧରାପୃଷ୍ଠରେ ମା ଦୁର୍ଗା

0

ଭୁବନେଶ୍ୱର: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି।
ଗତକାଲି ମହାଷଷ୍ଠୀରେ ବିଲ୍ୱବରଣ ସହ ମାଆଙ୍କୁ ଆବାହନ କରାଯାଇଥିଲା। ଧୂପ, ଦୀପ, ନୈବେଦ୍ୟ ଦେଇ ବେଲ ଗଛ ମୂଳେ ପ୍ରଥମେ ପୂଜାର୍ଚ୍ଚନା ସହ ମାଆଙ୍କୁ ଆହ୍ୱାନ କରାଯାଇଥିଲା। ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଚମକିଲାଣି ପୂଜା ମଣ୍ଡପ।କାର୍ଯ୍ୟକ୍ରମ ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ଭିଡକୁ ଏଡାଇବା ପାଇଁ ପୂଜା ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଶେଷକରି ନୟାପଲ୍ଲୀ, ରସୁଲଗଡ, ବମିଖାଲ, ଶହିଦନଗର, ବରମୁଣ୍ଡା ଆଦି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।

loading...

Leave A Reply

Your email address will not be published.