Breaking

ତିତ୍‌ଲି ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କ ମୃତ୍ୟୁ ହୋଇଛି : ଏସଆରସି

0

ଭୁବନେଶ୍ୱର: ବାତ୍ୟା ତିତ୍‌ଲିର ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଏଯାବତ୍‌ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାର ବାରଘରର ୧୫ଜଣ, ଲାବଣ୍ୟଗଡ଼ରେ ୨ଜଣ ଓ ଅନଗାରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏହାସହ ବାତ୍ୟାରେ ୧୬ଟି ଜିଲ୍ଲାର ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସେ ପ୍ରକାଶ କରିଛନ୍ତି। ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳର ରାସ୍ତାଘାଟ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି । ୧.୪୮ ଲକ୍ଷ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ତିତଲି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ବୁଧବାର ସୁଦ୍ଧା ପହଞ୍ଚିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ତିତଲିର ପ୍ରଭାବ ପଡିଥିଲା । ଏଥିରେ ୩ଟି ଜିଲା ଗଜପତି, ଗଞ୍ଜାମ ଓ ରାୟଗଡା ବେଶୀ ପ୍ରଭାବିତ ହୋଇଥିଲା ।

loading...

Leave A Reply

Your email address will not be published.