Breaking

୭୩ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ : ତିତଲି ପାଇଁ ପାଳନ କରିବେନି ଜନ୍ମଦିନ

0

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ଆଜି ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।ବାତ୍ୟା ‘ତିତଲି’ ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ। ପ୍ରତିବର୍ଷ ନବୀନ ନିବାସରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବେଶ୍‌ ଭିଡ଼ ଜମେ। ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ ଅଫିସରଙ୍କୁ କୁହାଯାଇଛି।୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ । ଓଡ଼ିଶା ରାଜନୀତିରେ ଜଣେ ବିସ୍ମୟ ବ୍ୟକ୍ତିତ୍ୱ । ୪ ଥର ମୁଖ୍ୟମନ୍ତ୍ରୀ ରହି ସାରିବା ପରେ ମଧ୍ୟ ଆଜି ସେ ରାଜ୍ୟର ସବୁଠାରୁ ଜନପ୍ରିୟ ନେତା । ତାଙ୍କ ଶାସନ କାଳରେ ରାସ୍ତାଘାଟ ନିର୍ମାଣ ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଜନା ପର୍ଯ୍ଯନ୍ତ, ସବୁଥିରେ ମାଇଲଖୁଣ୍ଟ ସ୍ଥାପନ ହୋଇଛି ।

loading...

Leave A Reply

Your email address will not be published.