Breaking

ଆଜି ମହାସପ୍ତମୀ, ଚକ୍ଷୁ ଦାନ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ବାସନ୍ତୀ ଦୁର୍ଗା

0

ଯାଜପୁର: ଆଜି ବାସନ୍ତୀ ପିଠେ ମହାସପ୍ତମୀ। ମାଆଙ୍କର ଚକ୍ଷୁଦାନ ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗତଜନନୀ ମାଆ ବାସନ୍ତୀ ଦୁର୍ଗା। ତା’ସହ ଆରମ୍ଭ ହେବ ମାଆଙ୍କ ପାରମ୍ପରିକ ଦୁର୍ଗାପୂଜା ନୀତି।ଗତକାଲି ମହାଷଷ୍ଠୀରେ ବିଲ୍ୱବରଣ ସହ ମାଆଙ୍କୁ ଆବାହନ କରାଯାଇଥିଲା। ଧୂପ, ଦୀପ, ନୈବେଦ୍ୟ ଦେଇ ବେଲ ଗଛ ମୂଳେ ପ୍ରଥମେ ପୂଜାର୍ଚ୍ଚନା ସହ ମାଆଙ୍କୁ ଆହ୍ୱାନ କରାଯାଇଥିଲା। ବାସନ୍ତୀ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ସେହିପରି ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗା ପୁଜା ପାଉଛନ୍ତି।

loading...

Leave A Reply

Your email address will not be published.