Breaking

ମତ ସାବ୍ୟସ୍ତ କରୁଛନ୍ତି ଜନତା

ଇଭିଏମ୍ ରେ ନେତାଙ୍କ ଭାଗ୍ୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି।ଜନତା କରୁଛନ୍ତି ନେତାଙ୍କ ଭାଗ୍ୟ ନିର୍ଧାରଣ। ଅପରାହ୍ନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବାବେଳେ ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ମୋହନାରେ ୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ ପାରଳାଖେମୁଣ୍ଡି ଠାରେ ୫୧.୮୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୩ ପ୍ରତିଶତ ମତଦାନ ହୋଇଥିବା ବେଳେ ନବରଙ୍ଗପୁର ଲୋକସଭା ଏବଂ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି କଳାହାଣ୍ଡି ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୩ ପ୍ରତିଶତ ମତଦାନ ହୋଇଛି । ସେପଟେ କୋରାପୁଟ ଲୋକସଭା ଓ ଏହା ଅଧୀନରେ ଥିବା ୭୭ଟି ବିଧାନସଭା ଆସନରେ ୫୫ ଭାଗ ମତଦାନ ହୋଇଥିବା ସୂଚନା ହସ୍ତଗତ ହୋଇଛି।

loading...

Leave A Reply

Your email address will not be published.