ଭୁବନେଶ୍ବର: ଉତ୍ତମ ଚିକିତ୍ସା ଯୋଗାଇ ଦେଉଥିବା ଦର୍ଶାଇ ପ୍ରେସ୍ ମିଟ୍ କରି ବାଃବାଃ ବାଜା ବଜାଉଥିବା କଳିଙ୍ଗ ହସ୍ପିଟାଲର ଗୁମର ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ରୋଗି ମୃତ ଘଟଣାକୁ ଚପାଇ ଦେବାପାଇଁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକଙ୍କୁ ହସ୍ପିଟାଲ୍ ସିଏମଓ ବ୍ୟକ୍ତିଗତ ପ୍ରକୋଷ୍ଟକୁ ଡ଼ାକି ହାତଗୁଞ୍ଜା ଦେଇ ନିରିହ ଲୋକଙ୍କୁ ଥାନାରେ ଅଟକ ରଖିବାପାଇଁ ଆଦେଶ ଦେଇଛନ୍ତି। ଫଳରେ ବୋଲକରା ଆଇଆଇସି ବିଶ୍ବରଞ୍ଜନ ମାନବିକତା ହରାଇ ଗରିବ ଲୋକଙ୍କୁ ହନ୍ତସନ୍ତ କରୁଥିବା ସାଧାରଣ ଲୋକଙ୍କ ମଧ୍ୟରେ କମିସନରେଟ୍ ପୁଲିସ୍ ର ପାରିବା ପଣିଆକୁ ପଦାରେ ପକାଇଛି। ଘଟଣା ଅନୁଯାୟୀ ଗତ ୪ଦିନ ପୂର୍ବେ ଫକିର ମୋହନ ସେନାପତି(୬୬)ଙ୍କ ପରିବାରଲୋକ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାପାଇଁ ଭର୍ତି କରିଥିଲେ। ହେଲେ ୨୪ ଘଣ୍ଟା ପରେ ତାଙ୍କ ସ୍ବାସ୍ଥ ଅଧିକ ଖରାପ ହେବାକୁ ଲାଗିଥିଲା। ପରିବାର ଲୋକ ଡ଼ାକ୍ତରଙ୍କୁ ପ୍ରଶ୍ନ କରିବାରୁ ତାଙ୍କର ଚିକିତ୍ସା ପାଇଁ ୪ଲକ୍ଷ ଟଙ୍କା ପଇଠ କରିବାପାଇଁ ହସ୍ପିଟାଲ ସିଏମଓ କହିଥିଲେ। ପରିବାର ଲୋକ ଜମି ବନ୍ଧା ପକାଇ ଟଙ୍କା ଆଣି ହସ୍ପିଟାଲରେ ଜମାକରିବା ପରେ ପୁଣି ୨୪ ଘଣ୍ଟାପରେ ପୁଣି ୧ଲକ୍ଷ ଆଣିବାପାଇଁ ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା। ହେଲେ ସେତେ ବେଳକୁ ରୋଗି ଫକିରମୋହନଙ୍କ ମୃତ ହୋଇଯାଇଥିଲା। ଗତକାଲି ରାତି ସାରା ମୃତ ଶବକୁ ଆଇସିୟୁରେ ରଖି ଆଜି ସକାଳେ ମୋଟ ୭୦ ହଜାର ଟଙ୍କା ପଇଠକରି ମୃତ ଶବ ନେଇଯାଅ ବୋଲି ହସ୍ପିଟାଲ୍ ଡ଼ାକ୍ତର ସୂଚନା ଦେବାରୁ ପରିବାର ଲୋକଙ୍କ ହୋହାଲ୍ଲା କରିଥିଲେ। ସେମାନଙ୍କୁ ଗତକାଲି ମୃତ୍ୟୁ ଖବର କାହିଁକି ଦିଆଗଲାନାହିଁ ଓ ୭୦ ହଜାର କାହିଁକି ଦେବୁବୋଲି ପ୍ରଶ୍ନକରିବାରୁ ହସ୍ପିଟାଲ କର୍ମଚାରୀମାନେ ଅସଭ୍ୟଭାଷାରେ ରୋଗି ପରିବାର ଲୋକଙ୍କୁ ଗାଳିଗୁଲଚ କରିଥିଲେ। ଯାହାନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଗୋଡ଼ିଆଗୋଡ଼ି ବେଳେ ହସ୍ପିଟାଲ ଫାଟକ କାଚ କବାଟ ଭାଙ୍ଗିଥିଲା। ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ରୋଗି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ଅମାନୁସିକ ଭାବେ ମୃତକଙ୍କ ପରିବାର ଲୋକ ୩ଜଣଙ୍କୁ ଘୋଷାଡ଼ି ଘୋଷାଡ଼ି ଭ୍ୟାନରେ ଭର୍ତିକରି ଥାନାକୁ ଆଣିଦେଇଥିଲା। ଏହି ସମୟରେ ରୋଗି ପରିବାରର ମହିଳା ମାନଙ୍କୁ ପୁଲିସ୍ ଟଣା ଓଟରା କରିଥିବା ଦେଖି ଆଖପାଖ ଲୋକ ବିରୋଧ କରିବାରୁ ପୁଲିସ୍ ମହିଳାଙ୍କୁ ଥାନାକୁ ନଆଣି ଛାଡ଼ିଦେଇଛି। ପିତା ହରାଇଥିବା ପିଲା ଏବେ ଥାନାରେ ଓ ସ୍ବାମୀ ହରାଇଥିବା ସ୍ତ୍ରୀ ଏବେ ହସ୍ପିଟାଲ୍ ବାରଣ୍ଡାରେ ମୃତ ଫକରିଙ୍କ ଶବ ପାଇବାପାଇଁ ଅପେକ୍ଷା କରିଛନ୍ତି।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment