Breaking

ଏବେ ଘରେ ବସି ହୋମ ଡେଲିଭରି ଦ୍ୱାରା ପାଇ ପାରିବେ ମନ ପସନ୍ଦର ମଦ

0

ମହାରାଷ୍ଟ୍ର : ଏଣିକି ମଦ କିଣିବା ପାଇଁ ଯିବାକୁ ପଡିବନି ମାର୍କେଟ୍ । ଆପଣଙ୍କ ଘରେ ପହଂଚିଯିବ ଯିବ ମଦ । ଜାତୀୟ ଓ ଅନ୍ତର୍ଜାତୀୟ ଇ-କମର୍ସ ୱେବ୍‌ସାଇଟ୍‌ ଜରିଆରେ ହୋମ୍‌ ଡେଲିଭରି କରାଯିବ ମଦ । ଏଭଳି ନୂଆ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର ।ରାଜସ୍ୱ ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ୱାବନକୁଲେ ଶନିବାର ଦିନ ଏହି ଯୋଜନା ବିଷୟରେ କହିଥିଲେ କି ଏଥିରେ ମଦ ଉଦ୍ୟଗରେ ପରିବର୍ତନ ଆସିବ ।ରାଜ୍ୟ ଅବକାରୀ ମନ୍ତ୍ରୀ ଚନ୍ଦ୍ରଶେଖର ବଓ୍ଵାଙ୍କୁଲେ କହିଛନ୍ତି ସରକାରଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ହେଉଛି ମଦ୍ଯପାନ କରି ଗାଡି ଚଳାଇବା ଘଟଣା ହ୍ରାସ କରିବା । ଯାହା ଫଳରେ ଅନେକ ରାସ୍ତା ଦୁର୍ଘଟଣା କମ୍ ହେବା ସହ ନିରୀହ ଜୀବନ ଅକାଳରେ ଯିବ ନାହିଁ ।ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)୨୦୧୫ରେ କହିଛି କି, ୪.୬୪ ଲକ୍ଷ ସଡକ ଦୁର୍ଘଟଣାରେ ୧.୫ ପ୍ରତିଶତ ମଦ୍ୟପାନ କିମ୍ବା ଡ୍ରଗ ସେବନ କରି ଗାଡି ଚଳାଇବା କାରଣରୁ ହୋଇଥାଏ । ଏଥି ଯୋଗୁଁ ୬.୨୯୫ ଲୋକ ଆହତ ହୋଇଥାନ୍ତି । ଏହି ଯୋଜନା ମାଧ୍ୟମରେ ଏହା କିଛି ମାତ୍ରା କମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

loading...

Leave A Reply

Your email address will not be published.