Breaking

ମା’ ଆସୁଛନ୍ତି ! ଜୋରସୋରରେ ଚାଲିଛି ନିର୍ମାଣ କାମ

0

ଭୁବନେଶ୍ୱର : ଆସୁଛନ୍ତି ମା’ । ଶାଦୀୟ ଦୂର୍ଗାପୁଜା ସବୁଠି ଉତ୍ସବର ପରିବେଶ । ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ମା’ଙ୍କ ଷୋଡଷ ଉପଚାର ପୂଜା । ଏଣେ ମଣ୍ଡପରେ ଦୁର୍ଗତିନାସିନୀଙ୍କ ପୂଜା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହରରେ ବିଭିନ୍ନ ମଣ୍ଡପରେ ସୁନା ମୁକୁଟ ଓ ମେଢ ହେବ ଆକର୍ଷଣର ମୁଖ୍ୟ ଉତ୍ସ । ଚଳିତ ବର୍ଷ ଖାନନଗର ପୂଜା ମଣ୍ଡପରେ ପ୍ରଥମ ଥର ପାଇଁ ମାଙ୍କ ସୁନାର ମୟୁର ମୁକୁଟ ହେଉଥିବା ବେଳେ ଚୌଧୁରୀବଜାର ମେଢରେ ଅଧିକ ସୁନାର କାରୁକାର୍ଯ୍ୟ ଦେଖିବାକୁ ମିଳିବ ।ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ମାଅା ଦୁର୍ଗା ପୂଜା ପାଇବେ। ତେବେ ଚଳିତ ବର୍ଷ ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ତୋରଣ ନିର୍ମାଣରେ ସାମାନ୍ୟ ବାଧକ ସାଜିଛି। ମଝିରେ ଦୁଇଦିନ କାମ ବନ୍ଦ ରହିବା ପରେ ଏବେ ଜୋରସୋରରେ କାରିଗରମାନେ ନିର୍ମାଣ କାମରେ ଲାଗିଛନ୍ତି।
କଳାହାଣ୍ଡିରେ ଉଭୟ ଦୂର୍ଗାପୂଜା ଓ ମା’ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି କଟକ ସାଲେପୂରରେ ବନଦୂର୍ଗାଙ୍କ ପୂଜା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।

ଆସିଛି ପାର୍ବଣ । ଧରାପୃଷ୍ଠକୁ ଆସୁଛନ୍ତି ମହିଷାମର୍ଦ୍ଦିନୀ ମା’ ଅମ୍ବିକା । ନବରାତ୍ରୀ ଦୂର୍ଗାପୁଜା ଓ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାକୁ ନେଇ ଉତ୍ସବ ମୁଖର ଭବାନୀପାଟଣା ସହର । ଶାରଦୀୟ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଶକ୍ତିପୀଠରେ ଶକ୍ତିସୂରୁପିଣୀଙ୍କ ଶୋଡଷ ବିଧି ଚାଲିଥିବା ବେଳେ ମଣ୍ଡପରେ ମା’ଙ୍କ ମୂର୍ଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ଓ ଆଲୋକ ସାଜସଜା ଉପରେ ଗୁରୁତ୍ୱ ଦେଉଛନ୍ତି ପୂଜା କମିଟି ।

ପୂଜା ସମୟରେ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାରେ ଜିଲ୍ଲା ପୁଲିସ । ପୂଜାକୁ କିଭଳି ସୁରୁଖୁରୁରେ କରାଯିବ ସେନେଇ ପ୍ରସ୍ତୁତି ବୈଠକ କରିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି । ସାରା ରାଜ୍ୟରେ ପାପ ଉପରେ ପୂଣ୍ୟର ବିଜୟ ସୂଚକ ମା’ ହିଁ ସକଳ ଶକ୍ତିର ଆଧାର ଭାବେ ମା’ ଦୂର୍ଗା ପୂଜା ପାଉଥିବା ବେଳେ କଟକ ସାଲେପୁର ନିଶ୍ଚିନ୍ତ କୋଇଲିରେ ପୂଜା ପାଆନ୍ତି ବନଦୁର୍ଗା । ଏଠାରେ ମା’ ବନଦୁର୍ଗାଙ୍କ ସହ ରାମ, ଲକ୍ଷ୍ମଣ ଓ ହନୁମାନ ପୂଜା ପାଇଥାନ୍ତି ।

loading...

Leave A Reply

Your email address will not be published.