Breaking

ସ୍କୁଲ ପଛପଟୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ, ହତ୍ୟା ସନ୍ଦେହ

0

ଭଦ୍ରକ:ଭଦ୍ରକ ତିହିଡ଼ି ବ୍ଲକ୍‌ ଦୋଳସାହି ହାଇସ୍କୁଲ ନିକଟରୁ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୁଇ ଜଣ ତିନି ଦିନ ହେଲା ନିଖୋଜ ଥିଲେ । ତେବେ ଆଜି ତାଙ୍କ ମୃତ ଦେହ ନିକଟସ୍ଥ ଆମ୍ବ ବଗିଚାରୁ ମିଳିଛି ।ପ୍ରେମିକ ଜଣଙ୍କ ପାଳିଆବିନ୍ଧା ସ୍ଥିତ ବିଏନ୍‌ଏମ୍‌ଏ କଲେଜର ଛାତ୍ର ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଦୋଳସାହି ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ସେମାନେ ଆତ୍ମହତ୍ୟା କରିଥିବା କଥା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣା ପଡୁନାହିଁ। ତେଣୁ, ଉଭୟଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

loading...

Leave A Reply

Your email address will not be published.