Breaking

ସାଇକେଲ ଧୋଇବା ହେଲା କାଳ : ଖାଲରେ ବୁଡ଼ି ୨ ନାବାଳକ ମୃତ

0

ନବରଙ୍ଗପୁର :ସାଇକେଲ ଧୋଇବା ହେଲା କାଳ । ମୋରମ ଖାଲରେ ବୁଡିଗଲେ ୩ ବାଳକ ।୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ ।
ସୂଚନା ଅନୁଯାୟୀ ଗ୍ରାମରେ ଏକ ବଡ଼ ଖାଲରେ ପାଣି ଭର୍ତ୍ତି ହୋଇଥିଲା। ଦିନ ୧୦ଟା ବେଳକୁ ୩ ଜଣ ବାଳକ ବଙ୍କଳ ପାଣି ଭର୍ତି ଖାଲକୁ ସାଇକେଲ ଧୋଇବା ପାଇଁ ଯାଇଥିଲେ ।ସେହି ସମୟରେ ସମସ୍ତ ବାଳକ ଖାଲରେ ବୁଡି ଯାଇଥିଲେ । ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲା ଡ଼ାକ୍ତରଖାନାକୁ ନିଆଯାଇଛି।ମୃତ ପିଲା ଦୁହେଁ ହେଉଛନ୍ତି ୬ ବର୍ଷିୟ ନୀତେଶ ବିଶୋୟୀ ଏବଂ ୧୪ ବର୍ଷିୟ ତୁଷାର ବିଶୋୟୀ। ଆଠ ବର୍ଷିୟ ଶିବା ବିଶୋୟୀ ଅତି ସାଙ୍ଘାତିକ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି।

loading...

Leave A Reply

Your email address will not be published.