Breaking

ତେଜିଲା ପୁଲିସ-ଓକିଲ ବିବାଦ ! କଟକରେ ପୋଲିସ ଭ୍ୟାନ ଜାଳିଦେଲେ ଓକିଲ

0

କଟକ:ତେଜିଲା ବିବାଦ। ମୁହାଁମୁହିଁ ହେଲେ ଓକିଲ-ପୋଲିସ। ଓଡ଼ିଶା ହାଇକୋର୍ଟର ଜଣେ ଓକିଲଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ଧାରଣ କରିଛି। ଅାଜି ଆର୍‌ଡିସି ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍‌କୁ ପୋଡ଼ି ଦେଇଛନ୍ତି।ତେବେ ଭ୍ୟାନକୁ କିଏ ପୋଡିଲା ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ। ଏହି ମାମଲାରେ ଉଭୟେ ପରସ୍ପର ଉପରେ ଦୋଷ ଲଦିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ କେନ୍ଦ୍ର କରି ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି।
କଟକ ନୂଅାବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଅାଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଅାର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଅାଇନଜୀବୀମାନେ ଥାନା ଘେରାଉ କରିଥିଲେ।

loading...

Leave A Reply

Your email address will not be published.