Breaking

ହାର୍ଟବିଟ୍ସ ଫର ହକି ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:ହକି ପୁରୁଷ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ବିଶ୍ୱକପକୁ ଆଉ ମାତ୍ର ୯୦ ଦିନ ବାକି ଥିବା ବେଳେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ‘ହାର୍ଟବିଟ୍ସ ଫର ହକି’ ନାମକ ଏକ କ୍ୟାମ୍ପେନ ଅଭିଯାନର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ନବୀନ କହିଛନ୍ତି, ହକି ବିଶ୍ୱକପ ଆଗାମୀ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ। ‘ହକି ପାଇଁ ହୃଦସ୍ପନ୍ଦନ ଅଭିଯାନ’ ଲକ୍ଷାଧିକ ହକି ପ୍ରଶଂସକଙ୍କ ଦୃଦୟ ଜିଣିବ। ନବୀନ କହିଛନ୍ତି, ଆପଣ ଜାଣିଛନ୍ତି, ହକି ପାଇଁ ଓଡ଼ିଶା ହେଉଛି ଏକ ଉକୃଷ୍ଟ ସ୍ଥାନ। ଓଡ଼ିଶା ମାଟି ପ୍ରତିଭା ସଂପନ୍ନ ହକି ଖେଳାଳିଙ୍କୁ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ହକିରେ ଓଡ଼ିଶାର ଖେଳାଳିମାନେ ସୁନାମ କରିଛନ୍ତି। ମୋ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ନବୀନ ଖେଳାଳିମାନଙ୍କର ଭବିଷ୍ୟତ ଉଜ୍ଜଳ ପାଇଁ ଶୁଭକାମନା ଜଣାଇଛନ୍ତି। ହାର୍ଟ ବିଟ୍ ଫର ହକି ଗାଡ଼ି ଜଳନ୍ଧର, ଲକ୍ଷ୍ନୌ, ରାଂଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ । ସେହିପରି ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ପାଲରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକକୁ ପ୍ରଦର୍ଶିତ କରାଯିବ ।

loading...

Leave A Reply

Your email address will not be published.