Breaking

ଚମକିଲେ ଦୂତୀ ! ୨୦୦ ମିଟରରେ ବି ଜିତିଲେ ରୌପ୍ୟ

0

ଜାକର୍ତ୍ତା : ଦୁତୀ ଜିତିଲେ ଦ୍ବିତୀୟ ରୌପ୍ୟ ପଦକ । ଆଜି ଜାକର୍ତ୍ତା ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଦୌଡ଼ରେ ସ୍ପ୍ରିଣ୍ଟ କୁଇନ୍ ଦୁତୀ ୨୩.୨୦ ସେକେଣ୍ଡ ନେଇ ଦୌଡ଼ ଶେଷ କରିଥିଲେ ।୨୦୦ ମିଟର ମହିଳା ବର୍ଗରେ ସେ ଏହି ପଦକ ହାସଲ କରିଛନ୍ତି। ଭାରତକୁ ଦୁଇଟି ପଦକ ଦେବାରେ ପ୍ରଥମ ଓଡିଆ ଆଥଲେଟ୍ ହେଉଛନ୍ତି ଦୂତି।ପୂର୍ବରୁ ୧୦୦ ମିଟର ଦୌଡରେ ଦୂତି ଭାରତକୁ ରୌପ୍ୟ ପଦକ ଦେଇଥିଲେ। ୧୯୯୮ ମସିହାରୁ କ୍ଷୂର୍ଣ୍ଣ ଥିବା ପଦକ ଆଶାକୁ ଦୌଡରାଣୀ ଦୂତି ପୂରଣ କରିଛନ୍ତି। ଏସିଆନ ଗେମ୍ସରେ ଐତିହାସିକ ଦୁଇଟି ରୌପ୍ୟ ପଦକ ଜିତି ଦୂତି ଭାରତକୁ ଅପୂର୍ବ ସଫଳତା ଦେଇଛନ୍ତି।ଏସିଅାନ୍ ଗେମ୍ସରେ ଦୂତୀଙ୍କ ସଫଳତା ନେଇ ଛୁଟୁଛି ଶୁଭେଚ୍ଛାର ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କ ରୌପ୍ୟ ପଦକ ହାସଲରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୂତୀଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି।

loading...

Leave A Reply

Your email address will not be published.