Breaking

ପଞ୍ଚଭୂତରେ ବିଲୀନ ହେଲେ ଭାରତରତ୍ନ ଅଟଳ ! ମୁଖାଗ୍ନି ଦେଲେ ଝିଅ ନମିତା

0

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ସ୍ମୃତିସ୍ଥଳରେ ଅପରାହ୍ଣ ୪.୫୦ ମିନିଟରେ ବାଜପେୟୀଙ୍କ ପାଳିତା କନ୍ୟା ନମିତା କୌଲ ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେବା ପରେ ଦାହସଂସ୍କାର ଆରମ୍ଭ ହୋଇଥିଲା। ସଂପୂର୍ଣ୍ଣ ହିନ୍ଦୁ ରୀତିନୀତରେ ସମାପିତ ହୋଇଛିା ବାଜପେୟୀଙ୍କ ଅନ୍ତିମ ସଂସ୍କାର।ବୈଦିକ ମନ୍ତ୍ରୋପଚାର ତଥା ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଏହି ଅଜାତଶତ୍ରଙ୍କୁ ସ୍ମୁତି ସ୍ଥଳରେ ଅନ୍ତିମ ସଂସ୍କାର କରାଯାଇଛି। ତିନି ସେନା ଅଟଳଙ୍କୁ ତୋପସଲାମୀ ଦେଇଛନ୍ତି। ଏଥି ସହିତ ଏକ ଆଦର୍ଶ ରାଜନୀତି ଯୁଗର ଅବସାନ ଘଟିଛି। ଅନ୍ତିମ ସଂସ୍କାର ପରିବାରବର୍ଗଙ୍କ ହାତରେ କରାଯାଇଛି। ତାଙ୍କର ପାର୍ଥିବ ଶରୀର ସ୍ମୃତିସ୍ଥଳରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେନା ଅଧ୍ୟକ୍ଷ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ ଶ୍ରୀଲଙ୍କା, ଭୁଟାନ୍‌, ନେପାଳ ଭଳି ବିଦେଶରୁ ଆସିଥିବା ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.