Breaking

ରାଜଧାନୀରେ ଆରମ୍ଭ ହେଲା ମୋ ବସ୍ ସେବା : ବସ୍‌ ଚଢ଼ି ସଚିବାଳୟକୁ ଆସିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ସ୍ମାର୍ଟସିଟିରେ ଆଜିଠୁ ମୋ ବସ୍‌ ସେବା ଆରମ୍ଭ ହୋଇଛି । ଗଡିବ ୧୦୦ଟି ନୂଆ ସିଟିବସ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍‌ଘାଟନ କରିଛନ୍ତି । ମୋ ବସ୍‌ ଚଳାଚଳ ପାଇଁ ଏହାର ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ ବା ସିଆରୟୁଟି ରୁଟ ମ୍ୟାପ ଜାରି କରିଛି । ନୂଆ ବସ କେଉଁ ମାର୍ଗରେ ଚାଲିବ ତାର ବିବରଣୀ ଜାରି ହୋଇଛି । ତେବେ ଏହି ରୁଟ ୩ଟି ପର୍ଯ୍ୟାୟରେ ଭାଗ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୁଟରେ କିଛି ବସ୍‌ ଚାଲିବ ।ଏହି ମୋ ବସ ସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବସ ଚଢ଼ି ସଚିବାଳୟକୁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀ ବସରେ କଣ୍ଡକଟରକୁ ଟିକେଟ୍ ମାଗିଥିଲେ।

ସୂଚନାଯୋଗ୍ୟ ଯେ ଆଗାମୀ ହକି ବିଶ୍ୱକପକୁ ଆଖି ଆଗରେ ରଖି ଯାତ୍ରୀ ପରିବହନ ସେବା ଯେପରି ସୁବିଧାଜନକ ହେବ ସେଥିପାଇଁ ରାଜ୍ୟ ସରକାର ‘ମୋ ବସ’ ସେବା ଆରମ୍ଭ କରିଛନ୍ତି। ଏହି ବସରେ ଯାତ୍ରା ପାଇଁ ଘରେ ବସି ଯାତ୍ରୀମାନେ ଇ ଟିକେଟ୍ ବ୍ୟବସ୍ଥା କରି ପାରିବେ। ସେହିପରି ଯାତ୍ରା ସମୟରେ ଓ୍ଵାଇ ଫାଇ, ଯାତ୍ରା ସମୟରେ ବିଭିନ୍ନ ଛକ ସମ୍ପର୍କରେ ସୂଚନା ଆଦି ପାଇ ପାରିବେ। ମୋଟ୍ ୩ଶହ ବସ ଭୁବନେଶ୍ୱରରେ ଚାଲିବ।

loading...

Leave A Reply

Your email address will not be published.