Breaking

କଳିଙ୍ଗ ଦଳିତ ଯୁବ ସେନାର ବନ୍ଧୁ ମିଳନ

0

ଚନ୍ଦ୍ରଶେଖରପୁର: ଆଜି ଶିଖରଚଣ୍ଡି ପୀଠରେ କଳିଙ୍ଗ ଦଳିତ ଯୁବ ସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ରାଜ୍ୟସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବ ପ୍ରତିନିଧିମାନେ ଯୋଗଦେଇ ଦଳିତମାନଙ୍କ ସୁରକ୍ଷାପାଇଁ ଆଲୋଚନାକରିଥିଲେ। ସଭାପତି ସୁସିଲ୍ ଭୋଇ ଓ ସଂପାଦକ ଦେବରାଜ ଭୋଇ ସଭା ପରିଚାଳନା କରିବାସହ ସହଯୋଗୀ ବିଚିତ୍ର ଭୋଇ ଓ ରୁସ୍ ଭୋଇ ଜିଲ୍ଲାସ୍ତରୀୟ ପ୍ରତିନିଧିଙ୍କୁ ସ୍ବାଗତକରିଥିଲେ। ସେନାର ପରିଚାଳକ ଜିତେନ୍ଦ୍ର ସାହୁ ଓ ମାନସ ପାଣି ଦଳିତଙ୍କ ସୁରକ୍ଷାନେଇ ଦାବି ପ୍ରସ୍ତାବ ଉପସ୍ଥାପନ କରିବା ସହିତ ମୁଖ୍ୟ ଉପଦେଷ୍ଠା ବିଦ୍ୟାଧର ବାରିକ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କ୍ଷବ ପ୍ରକାଶକରିବା ସହ ଏନେଇ ସରକାରଙ୍କ ଅବଗତି ନିମନ୍ତେ ବିଭିନ୍ନ ଉପୟମାନ ଆଲୋଚନାକରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ନିଜର ସମସ୍ୟା ଜଣାଇଥିଲେ। ଆଗାମି ଦିନରେ ସେମାନେ ଏକାଠି ହୋଇ ଦଳିତଙ୍କ ଉନ୍ନତିପାଇଁ ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାର ଉନ୍ନତିକର ପ୍ରସ୍ତାବ ପତ୍ର ପ୍ରଦାନ କରିବେ ବୋଲି ମତ ଦେଇଥିଲେ। ସରକାର ଆଦିବାସୀମାନଙ୍କ ଭଳି ଦଳିତମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ବୋଲି ସଭାରେ ଆଲୋଚନା ହୋଇଥିଲା।

loading...

Leave A Reply

Your email address will not be published.