ଗୋଆ : ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମନୋହର ପାରିକର ଆଜି ଗୋଆର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୩ ବର୍ଷ ବୟସ ହୋଇଥିଲା । ମନୋହର ପାରିକର ଦୀର୍ଘଦିନ ଧରି ଆଗ୍ନାଶୟ ରୋଗରେ ପୀଡିତ ଥିଲେ ।ଏହାପୂର୍ବରୁ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଗତକାଲି ଠାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଚିକିତ୍ସିତ ହୋଇ ଆସୁଥିବା ପାରିକରଙ୍କ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଚାଲିଥିବା ବେଳେ ତାଙ୍କୁ ପୂର୍ବରୁ ଆମେରିକାରେ ମଧ୍ୟ ଚିକିତ୍ସିତ କରାଯାଇଥିଲା । ଏପରିକି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡାକ୍ତର ମାନେ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’