Breaking

ରାତିରେ କାହିଁକି ବାହାରିଥାଏ କିନ୍ନରଙ୍କ ମୃତଦେହ ! ଜାଣନ୍ତୁ ଏହାର ରହସ୍ଯ

0

ଆପଣ ମାନେ କେବେ କିନ୍ନର ମାନଙ୍କ ଶବ ଯାତ୍ରା ଦେଖିଛନ୍ତି କି… ଦେଖି ନଥିବେ, କାରଣ ସେମାନେ ଦିନରେ ଅନ୍ତିମ ସଂସ୍କାର କରନ୍ତି ନାହିଁ । ହଁ ଏହା ହିଁ ସତ । କିନ୍ନରଙ୍କ ଜୀବନର କାହାଣୀ ଆମ ସହ ସମାନ ହୋଇନଥାଏ । ଏମାନଙ୍କର ଜୀବନ ଯିଇଁବାର ତରିକା ଓ ରହଣୀ ସହଣୀ ମଧ୍ୟ ସମ୍ପୁର୍ଣ୍ଣ ଅଲଗା ହୋଇଥାଏ । ଏହି ଲୋକ ମାନଙ୍କର ଅଲଗା ସମାଜ ହୋଇଥାଏ ଏବଂ ଏହି ସମାଜରେ ଏମାନେ ରହିଥାନ୍ତି । ତାଙ୍କ ଜୀବନଶୈଳୀ ଓ ମୃତ୍ୟୁକୁ ନେଇ ଜଡ଼ିତ ଥିବା କେତେଟି କଥା ବିଷୟରେ ଆସନ୍ତୁ ଜାଣିବା।

କିନ୍ନର ସମୁଦାୟ ସହିତ ଜଡ଼ିତ ଲୋକମାନଙ୍କ କହିବାନୁସାରେ, ମୃତ୍ୟୁ ପରେ କିନ୍ନରଙ୍କୁ ପୋତା ଯିବାର ପରମ୍ପରା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ ଶବକୁ ଜଳାଇ ଦିଆଯାଇଥାଏ। ସାଧାରଣ ଲୋକ ଓ କିନ୍ନରଙ୍କ ଅନ୍ତିମ ସଂସ୍କାର ମଧ୍ୟ ବହୁ ପାର୍ଥକ୍ୟ ରହିଛି। ସାଧାରଣଲୋକଙ୍କ ଅନ୍ତିମ ସଂସ୍କାର ସାର୍ବଜନିକ ରୁପରେ ହୋଇଥାଏ କିନ୍ତୁ କିନ୍ନରଙ୍କ ଅନ୍ତିମ ସଂସ୍କାର ପୁରାପୁରି ଗାପନୀୟ ଭାବେ ହୋଇଥାଏ। ଏହା ପଛରେ ବି ଏକ କାରଣ ରହିଛି।

କଥାରେ ଅଛି, କିନ୍ନରଙ୍କ ମୃତଦେହ ଉପରେ ଯଦି କୌଣସି ସାଧାରଣ ଲୋକଙ୍କ ନଜର ପଡେ ତେବେ ସେ ପୁଣି ପୂର୍ବଜନ୍ମରେ ସେହି କିନ୍ନର ଜନ୍ମ ପାଇଥାଏ। ସେମିତି ଯିଏ ଦେଖିଥାଏ, ତାକୁ ବି ପୂର୍ବଜନ୍ମରେ କିନ୍ନର ହେବାକୁ ପଡ଼ିଥାଏ। ଏଥିପାଇଁ କିନ୍ନରଙ୍କ ମୃତଦେହକୁ ରାତିରେ ଅନ୍ତିମ ସଂସ୍କାର ପାଇଁ ନିଆ ଯାଇଥାଏ।

ଏଥିସହିତ କିନ୍ନରର ମୃତ୍ୟୁ ପରେ ସାଥୀ କିନ୍ନର ଦୁଃଖୀ ହୋଇ ନଥାଆନ୍ତି। ବରଂ ଖୁସି ହୋଇଥାଆନ୍ତି। କିନ୍ନର ସମ୍ପ୍ରଦାୟରେ ମୃତ୍ୟୁକୁ ମୁକ୍ତି ରୂପରେ ଦେଖିଥାଆନ୍ତି। କିନ୍ନରଙ୍କ ଅନ୍ତିମ ସଂସ୍କାରରେ ଆହୁରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ। କିନ୍ନରଙ୍କ ମୃତ୍ୟୁ ହେବା ପରେ ପାଖଆଖରେ ଥିବା କିନ୍ନର ସମୁଦାୟ ଏକ ସପ୍ତାହ ପର୍ଯ୍ୟନ୍ତ କିଛି ଖାଇ ନଥାଆନ୍ତି। କିନ୍ନରର ମୃତ୍ୟୁ ହେବା ପରେ ଦ୍ୱିତୀୟଥର ଭଗବାନ ଯେମିତି ତାକୁ କିନ୍ନର ଜନ୍ମ ନଦିଅନ୍ତୁ ସେଥିପାଇଁ ସାଥୀ କିନ୍ନରମାନେ ପ୍ରାର୍ଥନା କରିଥାଆନ୍ତି।

You May Like Here:

           ⇓ 

loading...

Leave A Reply

Your email address will not be published.