Breaking

ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ

ସ୍କୁଲ ଓ କଲେଜ ବନ୍ଦ ରଖି ରାସ୍ତାକଡ଼ରେ ପାଠ ପଢ଼ାଇବାକୁ ଚେତାବନୀ

0

ଭୁବନେଶ୍ବର: ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଯୋଗ୍ୟ ବିବେଚିତ ହେବା ଦିନଠାରୁ ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ନ ଦେବା ଯାଏ ଆନ୍ଦୋଳନରୁ ଇଞ୍ଚେ ହଟିବେ ନାହିଁ । ଯଦି ରାଜ୍ୟ ସରକାର ପୂର୍ବଭଳି ଠକିବାର ପ୍ରୟାସ କରନ୍ତି, ତେବେ ଆଗାମୀ ଦିନରେ ସରକାରଙ୍କୁ ଗାଁ ଗହଳିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ଘେରିବେ ।କାନ୍ଥ ବାଡ଼ ସବୁଠାରେ ସରକାରଙ୍କର ଜନବିରୋଧୀ ନୀତିକୁ ଲେଖାଯିବା ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖି ରାସ୍ତାକଡ଼ରେ ପାଠ ପଢ଼ାଇବାକୁ ବାଧ୍ୟ ହେବେ ।ଦାବି ପୂରଣ ପଯ୍ୟର୍ନ୍ତ ଆନ୍ଦୋଳନ ଚାଲିବ ବୋଲି ମିଳିତ ମଞ୍ଚ କହିଛି । ରାଜ୍ୟ ସରକାର ବ୍ଲକଗ୍ରାଣ୍ଟକୁ ଉଚ୍ଛେଦ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ଯାହାକୁ ସଂଘ ପ୍ରତ୍ୟାଖାନ କରିଛି ।ଏବର୍ଷ ବି ସ୍କୁଲ ଓ କଲେଜରେ ପଡ଼ିବ ତାଲା । ପାଠପଢ଼ା ଆରମ୍ଭ ହେବାର ୨ ମାସ ପରେ ପୁଣିଥରେ ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ।ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବ ।

loading...

Leave A Reply

Your email address will not be published.