Breaking

ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ : କହିଲେ ସେଦିନ ରାଗରେ ଥିଲି , କହିଦେଲି

0

ଭୁବନେଶ୍ୱର: ଫିଲ୍ମ ପାର୍ଟିରେ ଝଡ ସୃଷ୍ଟି କରିଥିବା ବଙ୍ଗିୟ ଅଭିନେତ୍ରୀ ଏଲସା ଏବେ ମତ ବଦଳାଇଛନ୍ତି । କହିଛନ୍ତି ଅତ୍ୟଧିକ ରାଗର ବଶବର୍ତି ହୋଇ ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ।ତେବେ ଆଜି ଏହି ବିବାଦ ଏକ ନାଟକୀୟ ମୋଡ ନେଇଛି । ହଠାତ ଅଭିନେତ୍ରୀ ଏଲସା ୟୁଟର୍ଣ୍ଣ ନେଇଛନ୍ତି । ଘଟଣା ସମୟରେ ସେ ରାଗ ମୁଡରେ ଥିବାରୁ ଏ ସବୁ କହିଦେଇଥିବା ମାନିଛନ୍ତି । ଏ ଘଟଣାକୁ ନେଇ ଆପୋଷ ବୁଝାବଣା ମାଧ୍ୟମରେ ବିବାଦର ସମାଧାନ ହୋଇଥିବା ଏଲସା କହିଛନ୍ତି । ଏ ଘଟଣାରେ ତୃତୀୟ ବ୍ୟକ୍ତି ନ ପଶିବାକୁ ମଧ୍ୟ ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ,ଦୁଇଦିନ ତଳେ ଏହି ବଙ୍ଗିୟ ନାୟିକା ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ ପାର୍ଟିରେ ହଙ୍ଗାମା କରିଥିଲେ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ଆଣିଥିଲେ ମାନସିକ ନିର୍ଯାତନା ଅଭିଯୋଗ ।ଏହାପରେ ଦିଲୀପ ପଣ୍ଡା ଏବଂ ତାଙ୍କର କିଛି ସହଯୋଗୀ ସାମ୍ବାଦିକ ସମ୍ମିଳନୀ ଡାକି ଏଲ୍‌ସାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ। ଦିଲୀପ କହିଥିଲେ, ଜଣେ ନିର୍ଦ୍ଦେଶକଙ୍କୁ ଏଲ୍‌ସା ‘ଜିରୋ’ କହି ତାଙ୍କୁ ଅପମାନ କରିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଜିରୋ ପ୍ରସଙ୍ଗରେ ବି ସାମ୍ବାଦିକମାନେ ଏଲ୍‌ସାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ। ହେଲେ ଏଲ୍‌ସା କହିଥିଲେ, ସେହି ସମୟରେ ଦିଲୀପ୍‌ ସାର୍‌ଙ୍କ ବ୍ୟବହାର ମତେ ଖରାପ ଲାଗିଥିଲା। ତେଣୁ ମୁଁ ଉତ୍ତେଜିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲି। ମୋର ସେମିତି କିଛି ଚିନ୍ତାଧାରା ନଥିଲା। ପରେ ଯେତେବେଳେ ସେ ମିଡିଆ ଆଗରେ ମୋର ଅଭିନୟର ପ୍ରଶଂସା କରିବାର ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଜଣେ ଅଭିନେତ୍ରୀ ଓ ନିର୍ଦ୍ଦେଶଙ୍କ ସଂପର୍କ ହେଉଛି ଗୁରୁ ଶିଷ୍ୟର। ତେଣୁ ମୁଁ ସେଦିନର ଘଟଣା ପାଇଁ ଦୁଃଖିତ।

loading...

Leave A Reply

Your email address will not be published.