Breaking

ଅଭିଜିତ ଆୟର ମିତ୍ରଙ୍କୁ ମିଳିଲା ଜାମିନ

0

ଭୁବନେଶ୍ୱର: ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ଆଜି କୋଣାର୍କ ‘ଜେଏମ୍‌ଏଫସି’ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି ବୋଲି ସୂଚନା ମିଳିଛି ।ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଓଡ଼ିଶା ଆସି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପରେ ଅଭିଜିତ ଆୟର ମିତ୍ରଙ୍କୁ ଶହୀଦ ନଗର ଥାନା ପୁଲିସ ଗିରଫ କରିଥିଲା। ପରେ ଜାମିନ ନମିଳିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା।
ଅଭିଜିତ କୋଣାର୍କର କଳା, ଭାସ୍କର୍ଯ୍ୟ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ। ଏ ନେଇ କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୯୨/୧୮ ଦଫା ୧୫୩(ଏ)/୨୯୫(ଏ)/୨୯୮/୩୪/୬୬ ଆଇଟି ଆକ୍ଟ/ ୩୬ ମନ୍ୟୁମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଥିଲା।

loading...

Leave A Reply

Your email address will not be published.