Breaking

ଘରେ ଲାଗୁଛି କି ଜନ୍ଦା,ପିମ୍ପୁଡିଙ୍କ ଲମ୍ବା ଲାଇନ୍ ? ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ କିଛି ସରଳ ଟିପ୍ସ

0

ଘରେ କିମ୍ବା ବଗିଚାରେ ଜନ୍ଦା ଏବଂ ପିମ୍ପୁଡିଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥାଏ । ଯାହା ପାଇଁ ନାହିନଥିବା ଅସୁବିଧାର ସାମ୍ମା କରିବାକୁ ପଡେ । ଘରକୁ କେହି ଅତିଥି ଆସିଲେ ଅସହଜ ଭଳି ମନେ ହୁଏ ଏବଂ ଘରେ ରଖିଥିବା ଜଳଖିଆ ହେଉ କିମ୍ବା ମିଠେଇ,ନମକିନ୍ ଜଲଦି ଖରାପ ହୋଇଯାଏ । ତେବେ ଏଭଳି ବିଭିନ୍ନ ଘରୋଇ ତଥା ସରଳ ଉପାୟ ଅଛି ଯାହାକୁ ବ୍ୟବହାର କରି ଖୁବ୍ ସରଳ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇହେବ । ତେବେ ଆସନ୍ତୁ ଏହି ଘରୋଇ ଉପାୟ କ’ଣ ଜାଣିବା ।

ଲେମ୍ବୁ : ଯେଉଁଠି ଜନ୍ଦା ଏବଂ ପିମ୍ପୁଡିଙ୍କ ଲମ୍ବା ଲାଇନ୍ ଲାଗିଛି ଉକ୍ତ ସ୍ଥାନରେ ଲେମ୍ବୁ ଚୋପାକୁ ରଖିଦିଅନ୍ତୁ । ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

ତେଜପତ୍ର : ତେଜପତ୍ରର ଗନ୍ଧକୁ ଜନ୍ଦା ଏବଂ ପିମ୍ପୁଡିମାନେ ଆଦୌ ସହ୍ୟ କରିପାରନ୍ତି ନାହିଁ । ତେଣୁ ଜନ୍ଦା ଏବଂ ପିମ୍ପୁଡିଙ୍କ ଲାଇନ୍ ଆଗରେ ତେଜପତ୍ର ରଖିଦିଅନ୍ତୁ ।

ପୋଦିନା ପତ୍ର : ଯଦି ଚିନି ଡବାରେ ପିମ୍ପୁଡି କିମ୍ବା ଜନ୍ଦା ପଶିଆସୁଛନ୍ତି ତେବେ ଏଥିରେ ଶୁଖିଲା ପୋଦିନା ପତ୍ର କିମ୍ବା ଲବଙ୍ଗ ରଖନ୍ତୁ ।

ହଳଦୀ : ହଳଦୀ ମଧ୍ୟ ପିମ୍ପୁଡି,ଜନ୍ଦାଙ୍କୁ ଘଉଡାଇବାରେ ସାହାଯ୍ୟ କରିଥାଏ । ଜନ୍ଦା,ପିମ୍ପୁଡିଙ୍କ ଧାଡିରେ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ ।

କଫି ଫାଉଡର : କଫି ପାଉଡର ମଧ୍ୟ ପିମ୍ପୁଡି,ଜନ୍ଦାଙ୍କୁ ଘଉଡାଇବାରେ ସାହାଯ୍ୟ କରିଥାଏ ।

ଚକ୍ : ଯେଉଁଠିବି ଆପଣଙ୍କୁ ପିମ୍ପୁଡି କିମ୍ବା ଜନ୍ଦା ଦେଖାଯାନ୍ତି ସେଠାରେ ଚକ୍ ଖଡିର ଏକ ଘେରା ତିଆରି କରିଦିଅନ୍ତୁ । ପିମ୍ପୁଡି ଘେରା ବାହାରକୁ ଯିବେ ନାହାନ୍ତି ।

loading...

Leave A Reply

Your email address will not be published.