ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍ ଇଣ୍ଡିଆ କଂଗ୍ରେସ୍ କମିଟି (ଏଆଇସିସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିବା ପ୍ରକାଶ ।
ଏହି ଇସ୍ତାହାର କମିଟିରେ ଅନ୍ୟ ୯ ଜଣଙ୍କୁ ସଦସ୍ୟ ଭାବେ ନିଆଯାଇଛି । ସଦସ୍ୟମାନେ ପ୍ରାୟ ପୂର୍ବପରି ରହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାଶ, ଶ୍ୟାମସୁନ୍ଦର ହାସଦା, ମିସ ମାରି ସୁରିନ, ନଟବର ଖୁଣ୍ଟିଆ, ପ୍ରଫେସର ଲିଆକତ ଅଲ୍ଲି, ସତ୍ୟ ପ୍ରକାଶ ନାୟକ ସଦସ୍ୟ ଥିଲାବେଳେ ବିସ୍ମୟ ମହାପାତ୍ର କମିଟିର ଆବାହକ ଅଛନ୍ତି ।କୁହାଯାଉଛି ବର୍ତମାନ ଦଳରେ ଯେଉଁ ବିଶୃଙ୍ଖଳା ସୃଷ୍ଟି ହୋଇଛି ତାହା ପଛରେ ଶ୍ରୀକାନ୍ତଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି ।
Breaking
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀବିଶ୍ବ ଜଳ ଦିବସ ଅବସରରେ ସମ୍ବାଦ ଡିଜିଟାଲ୍ ର ବି-ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ଘୋଷଣାWATCO observed ‘World Water Day 2023’Ramadan 2023: 5 ways you can enjoy Iftar if you have diabetesState’s First Digital Reading Corner for Visually Challenged Girl Students inaugurated at Rama Devi Women’s University