Breaking

ଇଉରୋପର ଆୟରଲ୍ୟାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର କରିବା ନିମନ୍ତେ ନିଷ୍ପତ୍ତି

0

ଇଉରୋପ ମହାଦେଶର ଆୟରଲ୍ୟାଣ୍ଡ ଦେଶର ଡ଼ନ୍‌ଡ଼ଲକ୍ ଠାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡ଼ା. ଦିଲୀପ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ସ୍ଥିତ ରେଡ଼୍ ସ୍ୱସ୍ତିକ୍ କାର୍ଯ୍ୟାଳୟ ଓଡ଼ିଶା ଶାଖାଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ମନ୍ଦିର ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯିବା ସହ ଶ୍ରୀଜଗନ୍ନାଥ ମନ୍ଦିରଠାରେ ରୀତିନୀତି ପୂଜା ଅର୍ଚ୍ଚନା ଅନୁଷ୍ଠିତ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର୍ ଡ଼ା. ଦିଲ୍ଲୀପ ନାରାୟଣ ମହାପାତ୍ର ନିଜସ୍ୱ ୨୦ ଏକର ଜମି ମନ୍ଦିର ଟ୍ରଷ୍ଟକୁ ଦାନ କରିଅଛନ୍ତି । ମନ୍ଦିର ନିର୍ମାଣ ନିମନ୍ତେ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ ସହ ଓଡ଼ିଶାର ଶିଳ୍ପୀମାନେ ଉକ୍ତ ନିର୍ମାଣ କରିବେ ବୋଲି ସ୍ଥିର କରାଯାଇଛି । ଉକ୍ତ କମିଟିରେ ମ୍ୟାନେଜିଂ ଟ୍ରଷ୍ଟି ତଥା ସଭାପତି ଡ଼ା. ଦିଲ୍ଲୀପ ନାରାୟଣ ମହାପାତ୍ର, ଟ୍ରଷ୍ଟି ତଥା ଉପସଭାପତି ଡ଼ା. କରୁଣାକର ପ୍ରଧାନ, ଟ୍ରଷ୍ଟି ତଥା ସାଧାରଣ ସଂପାଦକ ଶ୍ରୀସମରେନ୍ଦ୍ର ଦାସ, ଟ୍ରଷ୍ଟି ତଥା ସହ ସଂପାଦକ ଶ୍ରୀ ଉମାକାନ୍ତ ଜେନା, ଟ୍ରଷ୍ଟି ତଥା କୋଷାଧ୍ୟକ୍ଷ ସୁଶ୍ରୀ ସବିତା ମାଇତି, ଟ୍ରଷ୍ଟି ତଥା ସହ କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ, ଟ୍ରଷ୍ଟି ତଥା ସାଂସ୍କୃତିକ ବିଭାଗ ଶ୍ରୀ ଚିନ୍ତାମଣି ଦାସ, ଟ୍ରଷ୍ଟି ତଥା ପରିଯୋଜନା ବିଭାଗ ଶ୍ରୀ ବିଭାଗ ଶ୍ରୀମନୋଜ ପାଣିଗ୍ରାହୀ, ଟ୍ରଷ୍ଟି ତଥା ସମନ୍ୱୟ ଶ୍ରୀ ସୁବ୍ରତ ପାଣଗ୍ରାହୀ ତଥା ଅନୁଷ୍ଠାନର ପି.ଆର.ଓ ଶ୍ରୀ ରାଜୀବ ନୟନ ରଥଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଅଛି । ଡ଼ା. ମହାପାତ୍ର ଖଣ୍ଡଗିରି ଓ ଡ଼ୁମୁଡ଼ୁମା ସ୍ଥିତ ଅନାଥାଳୟ ଭ୍ରମଣ କରି ଏଥି ନିମନ୍ତେ କିଛି କାର୍ଯ୍ୟକରିବା ନିମନ୍ତେ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାମାନଙ୍କୁ କହିଥିଲେ । ପ୍ରଫେସର୍ ଡ଼ା. ଦିଲ୍ଲୀପ ନାରାୟଣ ମହାପାତ୍ର ଓ ଶ୍ରୀ ସମରେନ୍ଦ୍ର ଦାସ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମନ୍ଦିର ଓ ଆଧ୍ୟାତ୍ମିକ ସଂଗଠନ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ଆୟାରଲ୍ୟାଣ୍ଡରୁ ପ୍ରତିନିଧିତ୍ୱ କରିବା ପାଇଁ ପେଟ୍ରୋନ୍ ମେମ୍ବର ଗ୍ରହଣ କରିଅଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଗୋଛିକାର ସେବକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର ଡ଼ା. ମହାପାତ୍ରଙ୍କୁ ସ୍ୱାଗତ ଜଣାଇବା ସହିତ ମହାପ୍ରଭୁଙ୍କ ଖଣ୍ଡୁଆ, ମନ୍ଦିର ନିର୍ମାଣ ନିମନ୍ତେ ମାଳ, ପ୍ରସାଦ ଡ଼ା. ମହାପାତ୍ରଙ୍କୁ ପ୍ରଦାନ କରିଅଛନ୍ତି । ଆଗାମୀ ଦିନରେ ବିଭିନ୍ନ ସେବାକାର୍ଯ୍ୟ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବାର ଯୋଜନା ଅଛି ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ଓ ପି.ଆର .ଓ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

loading...

Leave A Reply

Your email address will not be published.