Breaking

ଭୁବନେଶ୍ୱରରେ ଖୋଲିଲା ‘ଲାଟ୍ ଲିଭ୍‌’ର ପ୍ରଥମ ଷ୍ଟୋର

ଗୋଟିଏ ଛାତ ତଳେ ୪ ହଜାରରୁ ଉର୍ଦ୍ଧ୍ୱ ଫ୍ୟାଶନ ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ

0

ଭୁବନେଶ୍ୱରରେ ‘ଲାଟ୍ ଲିଭ୍‌’ର ପ୍ରଥମ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଉଦ୍‌ଘାଟିତ ହୋଇଯାଇଛି । କଳ୍ପନା ଉତ୍କଳ କନିକା ଗ୍ୟାଲେରିଆ ମଲ୍ ପରିସରରେ ଶୁଭାରମ୍ଭ ହୋଇଥିବା ଏହି ଷ୍ଟୋରରେ ୪ ହଜାରରୁ ଉର୍ଦ୍ଧ୍ୱ ଫ୍ୟାଶନ୍ ଲାଇଫ୍ ଷ୍ଟାଇଲ୍‌ର ସାମଗ୍ରୀ ଉପଲବ୍ଧ ରହିଛି । ଯେଉଁଥିରେ ଫ୍ୟାଶନ୍‌, ବିୟୁଟି, ଷ୍ଟେସ୍‌ନାରୀ, ଡ଼ିଜିଟାଲ୍‌, କିଚେନ୍‌, ଗିପ୍ଟ, ପିଲାଙ୍କ ଆନୁଷଙ୍ଗିକ ସହ ଘର ଉପକାରଣ ସାମଗ୍ରୀ ରହିଛି । ସବୁଠୁ ବଡ଼ କଥା ହେଲା ୨ ଶହରୁ ଉର୍ଦ୍ଧ୍ୱ କ୍ଲାସିକ୍ ସାମଗ୍ରୀ ଏଠାରେ ମିଳିପାରିବ । ମୁଖ୍ୟ ଅତିଥିଭାବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଏହାକୁ ଉଦ୍‌ଘାଟନ କରି ଷ୍ଟୋର୍‌ରେ ଥିବା ସାମଗ୍ରୀ ଗୁଡ଼ିକର ପ୍ରଶଂସା କରିଥିଲେ । ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଏହି ଷ୍ଟୋର୍ ପୂରଣ କରିପାରିବ ବୋଲି ସେ କହିଥିଲେ । ଏହି ଅବସରରେ ଷ୍ଟୋରର ନିର୍ଦ୍ଦେଶକ ସିଲ୍ଲା ରାମାରାଓ ଓ ନିର୍ଦ୍ଦେଶିକା ସିଲ୍ଲା ସରୋଜା କହିଛନ୍ତି ସାରା ଭାରତରେ ‘ଲାଟ୍ ଲିଭ୍‌’ର ୩୦ରୁ ଉର୍ଦ୍ଧ୍ୱ ଶାଖା ଥିବାବେଳେ ଭୁବନେଶ୍ୱରରେ ପ୍ରଥମ କରି ଖୋଲାଯାଇଛି । ଏହି ଷ୍ଟୋରରେ ସମସ୍ତ ପ୍ରକାର ସାମଗ୍ରୀ ସୁଲଭ ମୂଲ୍ୟରେ ଗ୍ରାହକ ପାଇପାରିବେ । ଷ୍ଟୋର୍‌ରେ ଗ୍ରାହକମାନଙ୍କୁ କିଣିବା ସମୟରେ ଏକ ସ୍ୱତନ୍ତ୍ର ଅନୁଭୂତି ମିଳିବ । ଆଗାମୀ ଦିନରେ ସାରା ଓଡ଼ିଶାରେ ଏହାର ଶାଖା ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରାଣ୍ଡ ରିପ୍ରେଜେଣ୍ଟେଟିଭ୍ ଛାୟା ଠାକେରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.