Breaking

ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଜଗା-ବଳିଆଙ୍କୁ ଆହୁରି ଲାଗିବ ୫ ବର୍ଷ ସମୟ : ଦିଲ୍ଲୀ ଏମ୍ସ

0

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ଏବେ ସ୍ପଷ୍ଟ ହୋଇଛି । ବଳିଆ କିଛି ଦିନ ଧରି ଜ୍ୱରରେ ପୀଡ଼ିତ ଅଛି । ଜଗା ଭଲ ହୋଇଥିଲେ ବି ସମ୍ପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଇପାରିବ ନାହିଁ । ତାର ଆଉ ଏକ ଅସ୍ତ୍ରୋପଚାର ହେବାର ଅଛି । ଏଭଳି ସ୍ଥିତିରେ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ପକ୍ଷରୁ ଜାଣିବା ପାଇଁ ଏମ୍ସକୁ ନୋଟି ଜାରି କରାଯାଇଥିଲା । ଏମ୍ସ କର୍ତ୍ତୃପକ୍ଷ ଇତିମଧ୍ୟରେ ତାଙ୍କ ରିପୋର୍ଟ କମିଶନଙ୍କୁ ଦେଇଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୫ ବର୍ଷ ସମୟ ଲାଗିବ । ଜବାବରେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଏମ୍ସର ଇତିହାସରେ ଜଗା-ବଳିଆଙ୍କୁ ଯୋଡ଼ା ମୁଣ୍ଡରୁ ଅଲଗା କରାଯିବାର ପ୍ରଥମ କ୍ରାନିଅପାରସ୍‌ ସର୍ଜରି ଥିଲା। ତେବେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଏମ୍ସ ଦର୍ଶାଇଛି ।

loading...

Leave A Reply

Your email address will not be published.