Breaking

ସେପ୍ଟେମ୍ବର ୧ରୁ ଭୁବନେଶ୍ୱରରୁ ସିଧାସଳଖ ଅହମ୍ମଦାବାଦକୁ ଉଡିବ ବିମାନ

0

ଭୁବନେଶ୍ୱର: ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ଗୁଜରାଟର ଅହମଦାବାଦକୁ ଆରମ୍ଭ ହେବ ବିମାନସେବା।ପ୍ରତିଦିନ ମଧ୍ୟାହ୍ନ ୧୧ଟା ୫୦ ମିନିଟ୍‌ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ ମିନିଟ୍‌ରେ ଅହମଦାବାଦ୍‌ରେ ପହଞ୍ଚିବ। ସେହିଭଳି ଅହମଦାବାଦରୁ ସକାଳ ୮ଟା ୫୫ ମିନିଟ୍‌ରୁ ବାହାରି ଦିନ ୧୧ଟା ୨୦ ମିନିଟ୍‌ରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ।ଯାତ୍ରୀ ଏହି ବିମାନ ସେବା ସପ୍ତାହକୁ ତିନିଦିନ (ସୋମବାର, ବୁଧବାର ଓ ଶୁକ୍ରବାର) ପାଇ ପାରିବେ। ଇଣ୍ଡିଆନ୍‌ ଏୟାର ଲାଇନ୍ସ ଖୁବ୍‌ ଶୀଘ୍ର ଭୁବନେଶ୍ୱରରୁ ଅହମ୍ମଦାବାଦ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ସେହିପରି ଇଣ୍ଡିଗୋ ଓ ଏୟାର ଏସିଆ ଭୁବନେଶ୍ୱରରୁ ସିଧାସଳଖ ପୁନେକୁ ବିମାନ ସେବା ଆରମ୍ଭ କରିବାର ଯୋଜନା ରଖିଛନ୍ତି ବୋଲି ବିପିଏଆଇ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.