Breaking

ଅଲବିଦା ଇରଫାନ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପରଲୋକରେ ଦିଗ୍ଗଜ ତାରକା । ନିଖୁଣ,ବାସ୍ତବ ଅଭିନୟର ଜଣେ ଅନନ୍ୟ ବିନ୍ଧାଣୀ । ଇର୍ଫାନ ଖାନ୍ ଆଉ ନାହାନ୍ତି। ଏ ଖବରରେ ସିନେ ଜଗତ ସ୍ତମ୍ବିଭୂତ। ଆଖି ବୁଜିଛନ୍ତି ବଲିଉଡ ଆଗଧାଡିର ଅଭିନେତା ଇରଫାନ୍ ଖାନ୍ । କ୍ୟାନସର ରୋଗରେ ଦୀର୍ଘଦିନ ହେଲା ପୀଡିତ ହେବା ପରେ ଶେଷରେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ଥିଲେ ଇରଫାନ୍ ଖାନ।ସେ କୋଲନ୍ ଇନ୍ଫେକ୍ସନରେ ପୀଡ଼ିତ ଥିଲେ। ବର୍ଷିଆନ୍ ଅଭିନେତାଙ୍କ ଦେହାନ୍ତରେ ବଲିଉଡ଼୍ ସ୍ତବ୍ଧ ଓ ମର୍ମାହତ। ଏପରି ଜଣେ ତାରକାର ପ୍ରତିବିମ୍ବ ବି ଆଉ ଆଶା କରାଯାଇ ନପାରେ।

ଓଡିଶା ନ୍ୟୁଜ୍ ଟୁଡେ ପରିବାର ତରଫରୁ ଏହି ତାରକାଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି।

loading...

Leave A Reply

Your email address will not be published.