କଟକ: କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର ଉତ୍ତରସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ପତ୍ନୀକୁ ଶିଳପୁଆରେ ଛେଚି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଯୁବକ ଜଣକ ବାହାର ପଟୁ କବାଟଦେଇ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତକୁ ମଙ୍ଗଳବାର ସକାଳେ ଟାଙ୍ଗୀ ଥାନା ଅଞ୍ଚଳରୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ପାରିବାରିକ କଳହରୁ ବଳରାମ ନିଜ ପତ୍ନୀ ଦମୟନ୍ତୀଙ୍କ ସହିତ ସେହି ଗାଁରେ ଘର ଭଡ଼ା ନେଇ ରହୁଥିଲେ। ତେବେ ଭଡ଼ା ଘରେ ଅଲଗା ରହିବା ପରେ ବଳରାମ ତାଙ୍କ ପତ୍ନୀ ଦମୟନ୍ତୀଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ଗତକାଲି ରାତିରେ ଏହି ଘଟଣାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିଳମ୍ବିତ ରାତିରେ ବଳରାମ ପତ୍ନୀ ଦମୟନ୍ତ୍ରୀଙ୍କ ମୁଣ୍ଡକୁ ଘର ଭିତରେ ଥିବା ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲେ। ପତ୍ନୀଙ୍କୁ ହତ୍ୟା କରିବା ପରେ ବଳରାମ ଫେରାର ହୋଇଯାଇଥିଲେ। ପଡୋଶୀମାନେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Breaking
MobilTM Celebrates the First-ever MotoGP™ Bharat by Powering Red Bull KTM Factory Racing TeamBidyasagar Classes: A Decade of Transforming Dreams into RealityBidyasagar Classes: A Decade of Excellence in EducationTHE NEW RANGE ROVER VELAR: SOPHISTICATED ELEGANCE COUPLED WITH COMPELLING DESIGNଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ମେଘ ଉତ୍ସବ 2023 ଉଦ୍ଘାଟିତ