ଭୁବନେଶ୍ୱର : ବିଜେଡିକୁ ସମାନ କାଇଦାରେ ଚେକ୍ ଦେଲେ ଧର୍ମେନ୍ଦ୍ର। କିଛିଦିନ ତଳେ ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ଯୋଗଦାନ କରିଥିଲେ। ସେ ଦିନଠାରୁ ଧର୍ମେନ୍ଦ୍ର ଚଳାଇ ଥିଲେ ରାଜନୈତିକ କସରତ। ଦଳ ଅଦଳବଦଳ ରାଜନୀତି ଜୋର ଧରିଥିବାବେଳେ ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଋଷଭ । ବାପା ପ୍ରଶାନ୍ତ ନନ୍ଦ ବିଜେଡିର ସାଂସଦ ରହିଥିଲାବେଳେ ବେଗୁନିଆ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ଋଷଭ । ଏଥିସହିତ ଢେରଦିନ ହେବ ବେଗୁନିଆରେ ନିଜ କାର୍ଯ୍ୟକ୍ରମ ମଧ୍ୟ ଚଳାଇଥିଲେ ସେ । ତେବେ ବେଗୁନିଆ ବିଜେଡି ଟିକେଟ ଘୋଷଣା ହେବା ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଋଷଭ ।
Breaking
Galaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and Jharkhand