Breaking

ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର : ଢ଼େଙ୍କାନାଳରେ ମଦ କାରଖାନା ବନ୍ଦ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଢ଼େଙ୍କାନାଳର ବଳରାମପୁରରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ଆରଡିସିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିୟର୍ ଫ୍ୟାକ୍ଟ୍ରି ପାଇଁ ବ୍ୟାପକ ଗଛକଟା ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା ପରେ ସେ କ୍ଷୁବ୍ଧ ହୋଇପଡ଼ିଥିଲେ । ଗତକାଲି ଗଛକଟା ବନ୍ଦ ନିର୍ଦ୍ଦେଶ ଦେବା ସହ ଆରଡିସି ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ । ଆଜି ଆରଡିସିଙ୍କ ଚୂଡ଼ାନ୍ତ ରିପୋର୍ଟ ଆସିଲା ପରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ବିୟର୍ ଫ୍ୟାକ୍ଟ୍ରିକୁ ବାତିଲ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଦ୍ବାରା ଏଠାରେ ଘରୋଇ ପରିଚାଳନାଧୀନ ବିୟର ଫ୍ୟାକ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତକାଲି ହଠାତ୍ କ˚ପାନି କର୍ତୃପକ୍ଷ ବ୍ୟାପକ ଗଛକଟା ଆରମ୍ଭ କରି ଦେଇଥିଲେ। ଝିଙ୍କ ରଗଡି ଜଙ୍ଗଲରୁ ୧୦୦୦ରୁ ଅଧିକ ମୂଲ୍ୟବାନ ଗଛ ସହ ବହୁ ଔଷଧୀୟ ପୁରୁଣା ଗଛ କାଟି ଶୁଆଇ ଦେଇଥିଲେ। ଏଥିଯୋଗୁଁ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା।

loading...

Leave A Reply

Your email address will not be published.