Breaking

ଔଷଧ ସେବନ ନ କରି ମୁଣ୍ଡ ବିନ୍ଧା କମାନ୍ତୁ

0

ଆମେ ଯେକୌଣସି ଜରୁରୀ କାର୍ଯ୍ୟ କରିବା ବେଳେ ହଠାତ୍‍ ମୁଣ୍ଡ ବିନ୍ଧି ଥାଏ। ଏପରି ହେବାର ଏକ ମୁଖ୍ୟ କାରଣ ହେଲା ଅତ୍ୟଧିକ ଚାପ। ଏହାର ତ୍ୱରିତ ଉପସମ ପାଇଁ ପ୍ରାୟ ସମସ୍ତେ ଔଷଧ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଅଧିକ ମାତ୍ରାରେ ଔଷଧ ଖାଇବା ଦ୍ୱାରା ଆମ ଶରୀରରେ କୁପ୍ରଭାବ ପଡ଼ିଥାଏ। ମୁଣ୍ଡ ବିନ୍ଧା ହେଲେ ସବୁବେଳେ ଔଷଧ ଉପରେ ନିର୍ଭର ନ ରହି ଘରୋଇ ଉପାୟରେ ଚିକିତ୍ସା କରନ୍ତୁ।

ଅଦା: ମୁଣ୍ଡ ବିନ୍ଧା ହେଉଥିଲେ ଅଦା ଆପଣଙ୍କ ପାଇଁ ଏକ ମହୋଷଧି ସଦୃଶ ହୋଇଥାଏ। ଅଦା ଓ ଲେମ୍ବୁର ରସକୁ ସମାନ ମାତ୍ରାରେ ମିଶାଇ ପିଅନ୍ତୁ। ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବିନ୍ଧା କମିଯିବ। ଏହା ସହିତ ଅଦାକୁ ମଧ୍ୟ ପାଣିରେ ଫୁଟାଇ ଆପଣ ପିଇପାରିବେ।

ଡାଲଚିନ: ମୁଣ୍ଡ ବିନ୍ଧା ପାଇଁ ଆମେ ଡାଲଚିନର ମଧ୍ୟ ବ୍ୟବହାର କରିପାରିବା। ଡାଲଚିନକୁ ପ୍ରଥମେ ଗୁଣ୍ଡ କରି ଦିଅନ୍ତୁ। ସେହି ଗୁଣ୍ଡକୁ ପାଣିରେ ମିଶାଇ ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ୩୦ମିନିଟ ପର୍ଯ୍ୟନ୍ତ ମୁଣ୍ଡରେ ଲଗାଇ ରଖନ୍ତୁ। ତାପରେ ଅଳ୍ପ ଉଷୁମ ପାଣିରେ ତାକୁ ଧୋଇ ଦିଅନ୍ତୁ।

ଲବଙ୍ଗ: ଲବଙ୍ଗ ମୁଣ୍ଡ ବିନ୍ଧାକୁ ସଙ୍ଗେ ସଙ୍ଗେ କମାଇ ଦେଇଥାଏ। କିଛି ଲବଙ୍ଗ ନେଇ ଏକ ଧଳା କପଡାରେ ବାନ୍ଧି ଦିଅନ୍ତୁ। ତାପରେ ତାକୁ କିଛି ସମୟ ପର୍ଯ୍ୟନ୍ତ ଶୁଙ୍ଘନ୍ତୁ। କିଛି ସମୟ ପରେ ମୁଣ୍ଡ ବିନ୍ଧା କମିଯାଇଥିବ।

loading...

Leave A Reply

Your email address will not be published.