Breaking

କ୍ଷମା ମାଗିଲେ ଅଭିଜିତ ଆୟର ମିତ୍ର

0

ଭୁବନେଶ୍ୱର:କ୍ଷମା ମାଗିଲେ ଅଭିଜିତ୍‌ ଆୟାର ମିତ୍ର । ବିଧାନସଭା ବାଚସ୍ପତିଙ୍କ ନିକଟକୁ କ୍ଷମାପତ୍ର ପଠାଇଛନ୍ତି ଅଭିଜିତ୍‌ । ତାଙ୍କ କ୍ଷମାପତ୍ରକୁ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି । ଅଭିଜିତ ଆୟାର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ମାମଲାରେ ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହେବାକୁ ନୋଟିସ୍‌ କରାଯାଇଥିଲା । କ୍ଷମା ପ୍ରାର୍ଥନା କରିଥିବା ଅଭିଜିତ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇନାହାନ୍ତି। ସେଥିପାଇଁ ତାଙ୍କୁ ପୁଣି ଏକ ନୋଟିସ୍ ଦିଆଯାଇଛି। ଅକ୍ଟୋବର ୨୩ ତାରିଖ ଦିନ ୧୧ଟା ବେଳେ ଗୃହ କମିଟି ଆଗରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ଏନେଇ ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ କି, ଗତ ୨୮ରେ ଅଭିଜିତଙ୍କ ବିରୋଧରେ ଗୃହ କମିଟି ସ୍ୱାଧିକାର ଭଂଗ ନୋଟିସ ଜାରି କରିବା ସହ ଆଜି ତାଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମନ ପଠାଯାଇଥିଲା । ମାତ୍ର ଅଭିଜିତ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କରି ବାଚସ୍ପତି ଓ ସ୍ୱାଧୀକାର ଭଂଗକୁ ନେଇ ଗଠିତ ହୋଇଥିବା ଗୃହ କମିଟିକୁ ମେଲ୍ କରି ଜଣାଇଥିଲେ ।

loading...

Leave A Reply

Your email address will not be published.