Breaking

ହାପି କିଡ୍ସ୍ ସ୍କଲକୁ ଜାତୀୟ ପୁରସ୍କାର

0

ଭୁବନେଶ୍ବର:ଖଣ୍ଡଗିରିସ୍ଥିତ ହାପି କିଡ୍ସ ସ୍କୁଲକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।ଏହି ନିକଟରେ ସର୍ବଭାରତୀୟ ବ୍ରେନ୍ଫିଡ୍ ସଂସ୍ଥା ଦ୍ବାରା ଆୟୋଜିତ ୨୦୧୮-୧୯ ସ୍କୁଲ ସ୍ତରର ଏକ୍ସିଲେନସି ଆଓ୍ବାର୍ଡର ଆୟୋଜନ କରାଯାଇଥିଲା। ହାପି କିଡ୍ସ୍ ସ୍କୁଲ ଏହି ଉତ୍ସବରେ ଜାତୀୟ ସ୍ତରର ୧୦୦ ଟି ସ୍କୁଲ ମଧ୍ୟରେ ସ୍ଥାନ ପାଇଛି ଓ ଓଡିଶାର ଏହି ଧରଣର ଅନୁଷ୍ଠାନ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଗ୍ରହଣ କରିଛି।
ଏହି ସର୍ବଭାରତୀୟ ଉତ୍ସବରେ ସ୍କୁଲର ପରିଚାଳନା ନିର୍ଦେଶକ ବିଶ୍ବଜିତ ମହାନ୍ତି ଓ ନିର୍ଦେଶିକା ସୁରଜିତା ମହାନ୍ତିଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।ପ୍ରକାଶ ଥାଉକି ଉଚ୍ଚ ମାନର ଶିକ୍ଷା କ୍ଷେତ୍ରରେ ଏହି ସ୍କୁଲ ପୁରସ୍କୃତ ହେବା ସାରା ଓଡିଶା ପାଇ ଏକ ଗର୍ବ ଓ ଗୌରବର ବିଷୟ।

loading...

Leave A Reply

Your email address will not be published.