Breaking

ଆତଙ୍କବାଦ କୁ ବିରୋଧ । ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

0

ଭୁବନେଶ୍ୱର:କାଶ୍ମୀର ପୁଲଓ୍ବାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳୀ ସଭା ଏବଂ କ୍ଯାଣ୍ଡଲ ଯାତ୍ରା ନୀଳାଦ୍ରି ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଆବାସିକ ସଙ୍ଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସିପି ରବି ଶତପଥୀ, ଥାନା ଅଧିକାରୀ ଦୀପକ ମିଶ୍ର, ଆଇନଜୀବୀ ମନମୋହନ ପଟ୍ଟନାୟକ, ସଙ୍ଘ ସଭାପତି ଅକ୍ଷୟ ମିଶ୍ର, ଯୁବକ ସଙ୍ଘ ସଭାପତି ଡଃ ପ୍ରକାଶ ପାଣିଗ୍ରାହୀ ଓ ଆସୋସିଏସନ ସମସ୍ତ ସଦସ୍ୟ ଏବଂ ଉକ୍ତ ଅଞ୍ଚଳର ଆବାଳ ବୃଦ୍ଧବନିତା ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ସଭାରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସି.ଆର.ପି.ଏଫ୍ ର ବୀର ଯବାନ୍ ମାନଙ୍କ ପ୍ରତି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ଦେଶବାସୀ ଏକଜୁଟ୍ ହୋଇ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ଦୃଢ ବିରୋଧ କରିବାକୁ ମତବ୍ୟକ୍ତ କରିଥିଲେ। ଦେଶର ଅଖଣ୍ଡତା ଓ ସାର୍ବଭୈାମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା କୈାଣସି ଶକ୍ତିକୁ ବରଦାସ୍ତ କରାଯିବ ନାହିଁଁ ଏବଂ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ଏଭଳି ଘୃଣ୍ୟ କାମ କରୁଥିବା ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ କଡା ଜବାବ ଦେବାକୁ ସଭାରେ ମତ ପ୍ରକାଶ ପାଇଥିଲା ।
ଆତଙ୍କବାଦର ଭାଷା ବୁଝୁଥିବା ଓ କହୁଥିବା ଦେଶକୁ ତାରି ଭାଷାରେ ବୁଝେଇବାର ସମୟ ଉପନୀତ ହୋଇଛି ଏବଂ ଏଥିପାଇଁ ଆମେ ସମସ୍ତେ ଦେଶର ପ୍ରତ୍ୟେକ ସୁରକ୍ଷା କର୍ମୀଙ୍କ ସହିତ ଏକଜୁଟ୍ ହୋଇ ଠିଆ ହୋଇଛୁ ବୋଲି ମତ ପ୍ରକାଶ କରିଥିଲେ ।

loading...

Leave A Reply

Your email address will not be published.